ଡିସେମ୍ବର ୫ ବେଳକୁ ଆସୁଛି ଆଉ ଏକ ଲଘୁଚାପ, ପୂର୍ବାନୁମାନ କଲା ସ୍କାଏମେଟ୍

କେନ୍ୟୁଜ୍: ଆସୁଛି ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଓଭୂତ ହୋଇ ଡିସେମ୍ବର ୫ ତାରିଖ ବେଳକୁ ଲଘୁଚାପର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ସ୍କାଏମେଟ୍ । ଲଘୁଚାପ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଉପକୂଳ ଆଡେ ମୁହାଇଁବ । ନଚେତ୍ କେନ୍ଦ୍ରୀୟ ତାମିଲନାଡୁ ଆଡେ ଅଗ୍ରସର ହେବ ।
ଏହା ସ୍କାଏମେଟ୍ ଆକଳନ କରିଛି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ଲଘୁଚାପ । ଡିପ୍ରେସନର ରୂପ ନେବା ସମ୍ଭାବନା ବି ରହିଛି । ତେବେ ବାତ୍ୟା ହେବାର ଏବେ ସମ୍ଭାବନା ନଥିବା କହିଛି ସ୍କାଏମେଟ୍ । ୫ ତାରିଖରୁ ୮ ତାରିଖ ଭିତରେ ଏହା ସ୍ଥଳଭାଗରେ ପହଞ୍ଚିଯିବ । ଦ୍ରୁତ ଗତିରେ ଆଗକୁ ବଢ଼ିବା ସମ୍ଭାବନା ଥିବାରୁ ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ଭଲ ବର୍ଷା ହେବ ।