କେରଳରେ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

କେରଳ : କେରଳରେ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।

ଏହା କେରଳରେ ପଞ୍ଚମ ମଙ୍କିପକ୍ସ ସଂକ୍ରମିତ ମାମଲା। ପ୍ରଥମ ସଂକ୍ରମିତ ଜଣକ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ସଂକ୍ରମିତଙ୍କର ମଙ୍କିପକ୍ସରେ ମୃତ୍ୟୁ ଘଟିଛି। ଦେଶରେ ଏଯାଏ ମଙ୍କିପକ୍ସର ୮ଟି ମାମଲା ଚିହ୍ନଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.