ଆମେରିକା ଓ ଫ୍ରାନ୍ସ କଥା ଶୁଣିଲାନି ଇସ୍ରାଏଲ । ଲେବାନନ ବେରୁଟରେ ଆଇଡିଏଫର ବଡ଼ ଏୟାରଷ୍ଟ୍ରାଇକ । ହିଜବୁଲ୍ଲାର ଟପ କମାଣ୍ଡର ନିହତ । ଇସ୍ରାଏଲ ଆଟାକରେ ହିଜବୁଲ୍ଲା ଏରିଏଲ କମାଣ୍ଡର ମହମ୍ମଦ ହୁସେନର ମୃତ୍ୟୁ ଘଟିଛି ।
ଏଭିତରେ ଉତ୍ତେଜନା ବଢୁଥିବାରୁ ଆମେରିକା ଓ ଫ୍ରାନ୍ସ ଯୁଦ୍ଧବିରତି ପାଇଁ ଆହ୍ବାନକୁ ଅଗ୍ରାହ୍ୟ କରିବା ସହ ଆକ୍ରମଣକୁ ତୀବ୍ର କରିବାକୁ ଘୋଷଣା କରିଛି ଇସ୍ରାଏଲ। ସ୍ଥଳ ସେନାକୁ ଲେବାନନ ଭିତରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ।
ହିଜବୁଲ୍ଲା ସଂଗଠନ ସଫା ନ ହେବା ପର୍ଯ୍ୟନ୍ତ ଅପରେସନ ଜାରି ରହିବ ବୋଲି ସେ କହିଛନ୍ତି । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏ ଉପରେ ଆକ୍ରମଣ ପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ। ଏହି ସମୟରେ ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଆକ୍ରମଣ ଜାରି ରହିଛି । ୩୩ ଇସ୍ରାଏଲ ଓ ୭୫୨ ଲେବାନନ ନାଗରିକଙ୍କ ମୃତ୍ୟୁ ହୋଇଛି । ଏସବୁ ଭିତରେ ଲେବାନନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର ସରକାର ।