ଆଣ୍ଟାର୍କଟିକାରେ ଭୂମିକମ୍ପ : ରିକ୍ଟର ସ୍କେଲ ୭.୫, ଜାଣନ୍ତୁ କଣ ହୋଇପାରେ ପରିଣାମ

ଆଣ୍ଟାର୍କଟିକା : ଆଜି ସକାଳେ ଆଣ୍ଟାର୍କଟିକାରେ ଏକ ଜୋରଦାର ଭୂମିକମ୍ପ ଅନୁଭବ ହୋଇଛି। ଆମେରିକାର ଜ୍ୟାଲାଁଜିକଲ ସର୍ଭେ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରହିଥିଲା। ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।

antarctica

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ମଧ୍ୟ ଅନେକ ଥର ଆଣ୍ଟାର୍କଟିକାରେ ଅନେକ ଥର ଭୂମିକମ୍ପ ହୋଇଛି। ଯାହା ବିଷୟରେ ବୈଜ୍ଞାନିକ ମାନେ ତାଙ୍କ ଅନୁଧ୍ୟାନରେ କହିଛନ୍ତି। ପ୍ରଥମେ ୧୯୮୨ମସିହାରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଥିଲା। ଏହାଛଡ଼ା ଏକ ଅନୁଧ୍ୟାନରେ ୨୦୦୯ ମସିହାରେ ୨୭ଟି ଭୂମିକମ୍ପନ ହୋଇଥିବା କହିଥିଲେ ବୈଜ୍ଞାନିକ । ତେବେ ଏହାର ତିବ୍ରତା ଏତେ ଅଧିକ ରହିନଥିବା ବେଳେ ଏଥିରେ କିଏ କ୍ଷତିଗ୍ରସ୍ତ ହୋଇନଥିଲେ।

sea-ice-loss

ତେବେ ଆଣ୍ଟାର୍କଟିକା ସଂପୂର୍ଣ୍ଣ ଭାବେ ବରଫରେ ଅଛାଦିତ ହୋଇରହିଛି। ଏଠାରେ ଭୂମିକମ୍ପ ହେବା ଅର୍ଥାତ ଧ୍ବସଂର ଆରମ୍ଭ ହେବା। ସୂଚନା ଅନୁଯାୟୀ ଯଦି ବଦଳୁଥିବା ପାଣିପାଗରେ କେବେ ମଧ୍ୟ ଆଣ୍ଟାର୍କଟିକାରେ ଅଧିକ ତୀବ୍ର ଭୂମିକମ୍ପ ହୁଏ ତେବେ ତାହାର ପ୍ରଭାବ ସାଧାରଣ ଲୋକଙ୍କ ତଥା ପୃଥିବୀର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିବ।

You might also like