ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ

ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଅନୁରା କୁମାର ଦିଶାନାୟକେ । ଶନିବାର ଦିନ ନିର୍ବାଚନ ହୋଇଥିବା ବେଳେ ଆଜି ଗଣତି ହୋଇଥିଲା । ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ରହିଛନ୍ତି । ତାଙ୍କୁ ୫୩% ମିଳିଥିବା ସୂଚନା ରହିଛି । ଶ୍ରୀଲଙ୍କାରେ ପ୍ରାୟ ୭୫ ପ୍ରତିଶତ ମତଦାତା ଭୋଟ ଦେଇଥିଲେ । ୨୦୧୯ ରାଷ୍ଟ୍ରପତି ନିର୍ବାଚନରେ ୮୩ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ।

ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଅନୁଷ୍ଠିତ ପରେ ରାତିର କର୍ଫ୍ୟୁ ମଧ୍ୟରେ ଗଣତି ଆରମ୍ଭ ହୋଇଥିଲା । ଜାତୀୟ ପିପୁଲ୍ସ ପାୱାର ଅନୁରା କୁମାର ଦିଶାନାୟକେ ଆଗୁଆ ଅଛନ୍ତି । ଅନୁରା କୁମାର ଦିଶାନାୟକେ କଲମ୍ବୋ ଜିଲ୍ଲାର ସାଂସଦ ଅଟନ୍ତି ।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କାରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ । ଖାଦ୍ୟ ଶସ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଅଭାବ ମଧ୍ୟରେ ଶ୍ରୀଲଙ୍କା ଏପ୍ରିଲ୍ ୨୦୨୨ ରେ ଦେବାଳିଆ ହୋଇଥିବା ଘୋଷଣା କରାଯାଇଥିଲା । ଦେଶରେ ମାସେ ଧରି ବିରୋଧ ପ୍ରର୍ଦଶନ ହିଂସାତ୍ମକ ରୂପ ନେବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶ୍ରୀଲଙ୍କା ଛାଡି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ପରେ ବିକ୍ରମସିଂଘଙ୍କୁ ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like