କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁ କରିବା ପାଇଁ ଅନୁମତି ମିଳିବାପରେ ସରଗରମ ରାଜନୀତି

ଦିଲ୍ଲୀ: ଜେଏନ୍‌ୟୁର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁ କରିବା ପାଇଁ ଦିଲ୍ଲୀ ସରକାର ଅନୁମତି ଦେବା ପରେ ସରଗରମ ହୋଇଛି ରାଜନୀତି । ନିଜେ କହ୍ନେୟା କୁମାର କହଛନ୍ତି, ଏହାକୁ ସେ ସ୍ୱାଗତ କରୁଛନ୍ତି । କିନ୍ତୁ ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାରୁ ଶୁଣାଣି କରି ତୁରନ୍ତ ରାୟ ପ୍ରକାଶ କରାଯାଉ ।

ସେପଟେ କଂଗ୍ରେସ ବରିଷ୍ଠ ନେତା ପି. ଚିଦାମ୍ବରମ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦେଶଦ୍ରୋହ ମାମଲା ସଂପର୍କରେ ଦିଲ୍ଲୀ ସରକାର ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ ବୋଲି ସେ ଟ୍ଵିଟ କରି କହିଛନ୍ତି । ସେହପିରି ବିଭିନ୍ନ ବାମ ଦଳ ଛାତ୍ର ସଂଗଠନ ମଧ୍ୟ ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.