ଜିମ ଭିତରେ ଆପ୍ ନେତାଙ୍କୁ ଗୁଳି କରି ହତ୍ୟା; CCTV ରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ : ଆପ୍‌ ନେତାଙ୍କୁ ଗୁଳି କରି ହତ୍ୟା। ପଞ୍ଜାବର ମଲେରକୋଟଲାରେ ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲିଟି କାଉନସିଲର ମହମ୍ମଦ ଆକବରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜିମରେ ଥିବା ବେଳେ ଅଭିଯୁକ୍ତ ତାଙ୍କୁ ଗୁଳି ଚଳାଇଥିଲା। ସୂଚନା ଅନୁଯାୟୀ ଆକବରଙ୍କୁ ଅତି ନିକଟରୁ ଗୁଳି କରାଯାଇଛି। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ଏଯାଏଁ ଏହି ଘଟଣାର ଅଭିଯୁକ୍ତ ଗିରଫ ହୋଇପାରିନାହିଁ। ମହମ୍ମଦ ଅକବର ଆମ୍‌ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଥିଲେ।

ମଲେରକୋଟଲାର ବରିଷ୍ଠ ପୁଲିସ ଅଧିକ୍ଷକ ଅବନୀତ କୌର ସିଦ୍ଧୁଙ୍କ କହିବାନୁସାରେ, ମହମ୍ମଦଙ୍କୁ ଅତି ନିକଟରୁ ଗୁଳି କରାଯାଇଛି। ସିସିଟିଭି ଫୁଟେଜ୍ ମୁତାବକ, ମହମ୍ମଦ ଅକବର କିଛି ସମୟ ଜିମରେ ଏକ୍ସରସାଇଜ୍ କରିବା ପରେ ଦୁଇ ଜଣ ବ୍ୟକ୍ତି ଜିମ ଭିତରକୁ ଆସିଥିଲେ। ଜିମ ଭିତରେ ମହମ୍ମଦ କଥାବାର୍ତ୍ତା ହୋଇ ତାଙ୍କ ନିକଟକୁ ଆସୁଥିଲେ ଏହି ସମୟରେ ହିଁ ତାଙ୍କ ଭିତରୁ ଜଣେ ମହମ୍ମଦଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଆପ୍‌ ନେତାଙ୍କ ମୃତ୍ୟୁ ହୋଇଥିଲା।

ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏପରି ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ପୋଲିସ କ୍ରମାଗତ ଭାବେ ଚଢ଼ାଉ କରୁଛି। ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମାମଲାର ତଦନ୍ତ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.