ନିର୍ବାଚନ ଫଳାଫଳ ଆସିବା ପରେ ବିଜୟ ଶୋଭାଯାତ୍ରରେ ଯାଉଥିବା ଆପ ବିଧାୟକ ନରେଶ ଯାଦବଙ୍କ ସମର୍ଥକଙ୍କୁ ଗୁଳିମାଡ, ଜଣେ କର୍ମକର୍ତ୍ତା ମୃତ

ନୂଆଦିଲ୍ଲୀ(କେନ୍ୟୁଜ୍): ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ଗୁଳିମାଡ । ବିଜୟ ଶୋଭାଯାତ୍ରରେ ଯାଉଥିବା ମହରେଲୀର ନବ ନିଯୁକ୍ତ ଆପ ବିଧାୟକ ନରେଶ ଯାଦବଙ୍କ ସମର୍ଥକଙ୍କୁ ଟାର୍ଗେଟ କରି କିଛି ଦୁବୃତ୍ତ ଗୁଳି ଚଳାଇଥିଲେ । ଏଥିରେ ଜଣେ ଆପ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଆପକର୍ମୀଙ୍କ ନାମ ଅଶୋକ ବୋଳି ।

policeଦିଲ୍ଲୀ ପୋଲିସର ସୂଚନା ଅନୁସାରେ, କିଶନଗଞ୍ଜ ଫୋଟେଜ ଚୌକ ନିକଟରେ ଆପର ବିଜୟ ଶୋଭାଯାତ୍ରା ଯାଉଥିଲା । ଏହି ସମୟରେ ଆକ୍ରମଣକାରୀ ମାନେ ଗୁଳିବର୍ଷା କରିଥିଲେ । ଘଟଣାସ୍ଥଳରୁ ୬ରୁ ୭ ଅଫୁଟା ଗୁଳି ଜବତ କରାଯାଇଛି । ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣା ପରେ ଜାତୀୟ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ବରିଷ୍ଠ ଆପ ନେତା ସଞ୍ଜୟ ସିଂହ ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.