Photo Credit: brainbuxa
ୟୁଜିସି ନେଟ୍ ଡିସେମ୍ବର ୨୦୨୦(ମେ ୨୦୨୧) ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୟୁଜିସି ନେଟ୍ ଡିସେମ୍ବର ୨୦୨୦(ମେ ୨୦୨୧ ଚକ୍ର) ପାଇଁ ଅନ୍ଲାଇନ୍ ଆବେଦନ ପ୍ରକିୟା ୨ ଫେବ୍ରୁଆରୀ ୨୦୨୧ରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍ଟିଏ)ର ୟୁଜିସି ନେଟ୍ ପରୀକ୍ଷା ପୋର୍ଟାଲ, ugcnet.nta.ac.in କୁ ଯାଇ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ।
ୟୁଜିସି ନେଟ୍ର ଡିସେମ୍ବର ୨୦୨୦ ସଂସ୍କରଣ ମେ ୨୦୨୧ରେ ଅନୁଷ୍ଠିତ ହେବ। ୨ରୁ ୭ ମେ, ୧୦ରୁ ୧୨ ମେ, ୧୪ ମେ ଓ ୧୭ ମେ ୨୦୨୧ରେ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରୀକ୍ଷା ଆୟୋଜିତ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା.ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ସୂଚନା ଦେଇଛନ୍ତି। ଏଥିସହ ଶିକ୍ଷା ମନ୍ତ୍ରୀ ୟୁଜିସି ନେଟ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି।
ପ୍ରକାଶ ଯେ କରୋନା ଯୋଗୁ ବର୍ଷକୁ ଦୁଇଥର ଆୟୋଜିତ ହେଉଥିବା ନେଟ୍ ପରୀକ୍ଷା ଗତ ବର୍ଷ ହୋଇନଥିଲା। ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁ ଜୁନ୍ର ପରୀକ୍ଷା ହେବାରେ ଡେରି ହୋଇଥିଲା ଓ ପରେ ପରୀକ୍ଷାର ଆୟୋଜନ ୧୬ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ଓ ୨୧ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ମଧ୍ୟରେ ହୋଇଥିଲା। ଜୁନ୍ ପରୀକ୍ଷା ବିଳମ୍ବରେ ହୋଇଥିବାରୁ ୟୁଜିସି ନେଟ୍ ଡିସେମ୍ବର ୨୦୨୦ ପରୀକ୍ଷାର ଆୟୋଜନ ମଧ୍ୟ ଡେରିରେ ହୋଇଛି। ଏହି କ୍ରମରେ ଶିକ୍ଷା ମନ୍ତ୍ରୀ ୟୁଜିସି ନେଟ୍ ଡିସେମ୍ବରର ୨୦୨୦ ପରୀକ୍ଷାକୁ ମେ ୨୦୨୧ ଚକ୍ରରେ କରିବା ନେଇ ସୂଚନା ଦେଇଛନ୍ତି।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…