ଭାରତୀୟ ସେନା ପାଇଁ କିଣାଯିବ ୭୦ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର, ଅନୁମୋଦନ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ନୌସେନା HALରୁ ୬୦ UH ସାମୁଦ୍ରିକ ହେଲିକାପ୍ଟର କିଣିବ। ଏହି ଡିଲ୍‌ ୩୨,୦୦୦ କୋଟି ଟଙ୍କାର ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିରକ୍ଷା ବାହିନୀ ପାଇଁ ୭୦ ହଜାର କୋଟିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର କ୍ରୟକୁ ମଞ୍ଜୁରୀ ଦେଇଛି।

ଆହୁରି ବି ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା। ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ମନ୍ତ୍ରଣାଳୟ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ୭୦ ହଜାର କୋଟିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର କ୍ରୟକୁ ମଞ୍ଜୁରୀ ଦେଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ ବୟାନ ଅନୁସାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଅଧିଗ୍ରହଣ କାଉନସିଲ୍‌ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଭାରତୀୟ ନୌସେନା ପାଇଁ ୬୦ ମେଡ୍ ଇନ୍ ଇଣ୍ଡିଆ ୟୁଟିଲିଟି ହେଲିକାପ୍ଟର ଏବଂ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସହ ଭାରତୀୟ ସେନା ପାଇଁ 307 ATAGS ହାଓ୍ଵିଜର ଓ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ 9 ALH ଧ୍ରୁଭ ହେଲିକାପ୍ଟର କ୍ରୟର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଏହି ଚୁକ୍ତିରେ ଭାରତୀୟ ନୌସେନାକୁ HALରୁ ୬୦ UH ସାମୁଦ୍ରିକ ହେଲିକାପ୍ଟର କିଣିବା ପାଇଁ ୩୨,୦୦୦ କୋଟି ଟଙ୍କାର ମେଗା ଅର୍ଡର ଅନ୍ତର୍ଭୁକ୍ତ ରହିଛି।

Leave A Reply

Your email address will not be published.