ସଫେଇ କର୍ମଚାରୀ ପଦବୀ ପାଇଁ ଗ୍ରାଜୁଏଟ ଏବଂ ପିଜି ପ୍ରାର୍ଥୀଙ୍କ ଲମ୍ବା ଲାଇନ୍, ୫ ହଜାର ପଦବୀ ପାଇଁ ୪୬ ହଜାର ପ୍ରାର୍ଥୀ କରିଛନ୍ତି ଆବେଦନ

ହରିୟାଣା କୌଶଳ ରୋଜଗାର ନିଗମରେ ସଫେଇ କର୍ମଚାରୀ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇସାରିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ଦେବେ କି, ସଫେଇ କର୍ମଚାରୀ ପଦବୀ ପାଇଁ ଗ୍ରାଜୁଏଟ ଠାରୁ ଆରମ୍ଭ କରି ପିଜି ପ୍ରାର୍ଥୀ ମଧ୍ୟ ଆବେଦନ କରିଛନ୍ତି । ତେବେ ସଫେଇ କର୍ମଚାରୀ ପାଇଁ ୪୬ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିଛି ।
ହରିୟାଣା କୌଶଳ ରୋଜଗାର ନିଗମ(HKRN) ପକ୍ଷରୁ ୫ ହଜାର ପଦବୀ ଭର୍ତ୍ତି ପାଇଁ ନିଯୁକ୍ତି ବାହାରିଛି । ଆଉ ଏଥିପାଇଁ ୪୬ ହଜାର ପ୍ରାର୍ଥୀ ଆବେଦନ କରିଛନ୍ତି । ୪୬ ହଜାର ପ୍ରାର୍ଥୀଙ୍କ ମଧ୍ୟରେ ୪୦,୦୦୦ ଗ୍ରାଜୁଏଟ ପ୍ରାର୍ଥୀ ଏବଂ ୬,୦୦୦ ପିଜି ପ୍ରାର୍ଥୀ ଆବେଦନ କରିଛନ୍ତି । ଏହାଛଡା ଆବେଦନ କରିଥିବା ୧.୨ ଲକ୍ଷ ପ୍ରାର୍ଥୀ ୧୨ଶ ପାସ୍ କରିଛନ୍ତି ।
ତେବେ ଖାଲିପଡିଥିବା ୫ ହଜାର ପଦବୀରେ ନିଯୁକ୍ତି ମିଳିଲେ ୧୫ ହଜାର ଟଙ୍କା ମାସିକ ଦରମା ମିଳିବ । ଏହି ପଦବୀରେ ଚାକିରି ମିଳିବା ପ୍ରାର୍ଥୀଙ୍କୁ ସାର୍ବଜନୀନ ସ୍ଥଳ, ରାସ୍ତା ଏବଂ ଭବନ ଛଡା, ଅଳିଆ ଆବର୍ଜନା ସଫା କରିବାକୁ ହେବ । ଏହି ଚାକିରି ଗୃହ ଜନପଦରେ ନିଯୁକ୍ତି ମିଳିବ । ଏଥିପାଇଁ ହରିୟାଣା କୌଶଳ ରୋଜଗାର ନିଗମ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ୬ ଅଗଷ୍ଟରୁ ଅନଲାଇନରେ ଆବେଦନ ହୋଇଛି ।
ତେବେ ଏଥିରୁ ସ୍ପଷ୍ଟ ହେଉଛି କି, ହରିୟାଣାରେ ମଧ୍ୟ ବେରୋଜଗାର ବଢିବାରେ ଲାଗିଛି । ସଫେଇ କର୍ମଚାରୀ ପଦବୀ ପାଇଁ ଏତେସଂଖ୍ୟକ ଶିକ୍ଷିତ ଯୁବକ ଆବେଦନ କରିବା ଚିନ୍ତାର ବିଷୟ ।