ବର୍ଷା ଜଳ ସଞ୍ଚୟ ଏବଂ ଭୂ-ଜଳ ସଂରକ୍ଷଣ ପାଇଁ ଜଳ ଶକ୍ତି ଅଭିଯାନ ଆରମ୍ଭ ହୋଇଛି । ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ୧ ଜୁଲାଇ ଠାରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ୨୫୬ଟି ଜିଲ୍ଲାରେ ଏହାର କାମ ଆରମ୍ଭ ହୋଇଯାଇଛି । ପ୍ରଥମ ଚରଣରେ ୨୫୫ ଆଇଏଏମ୍ ଅଫିସରଙ୍କ ନେତୃତ୍ୱରେ ପାଞ୍ଚ ମନ୍ତ୍ରାଳୟର ଅଧିକାରୀ ଏବଂ ଜଳ ବିଷେଶଜ୍ଞ ଦେଶ ସାରା ଜଳର ଅଭାବ ରହିଥିବା ୧୫୯୨ ବ୍ଳକର ପରିଭ୍ରମଣ କରୁଛନ୍ତି ।
ଏହି ସମୟରେ ପ୍ରତି ଗାଁର ଗ୍ରାମ ସମାଜ ପଞ୍ଚାୟତ,ସହରରେ ଜିଲ୍ଲାଧିକାରୀଙ୍କ ସହିତ ବୈଠକ ସହିତ ପ୍ରତି ସ୍କୁଲର ଛାତ୍ରଛାତ୍ରୀ,ସମାଜସେବୀ ସଂସ୍ଥା ସହିତ ଜନଜାଗରଣ ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନ ଦୁଇଟି ଚରଣରେ ହେବ । ଗୋଟେ ଜୁଲାଇରୁ ୧୫ ସେପ୍ଟେମ୍ବର ଏବଂ ଦ୍ବିତୀୟଟି ୧ ଅକ୍ଟୋବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।
ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଅଭିଯାନରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ,ଗ୍ରାମୀଣ ବିକାଶ ମନ୍ତ୍ରାଳୟ,ସହର ବିକାଶ ମନ୍ତ୍ରାଳୟ,ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମଧ୍ୟ ସହଯୋଗ କରିବେ । ଏହାର ଲକ୍ଷ ହେଉଛି କି, ଜଳ ଅଭାବ ଦେଇ ଗତି କରୁଥିବା ଜିଲ୍ଲାର ସମସ୍ୟାକୁ ଦୁର କରିବା ।