ଆପଣଙ୍କୁ ଓମିକ୍ରନ ହୋଇନାହିଁ ତ ! ଜାଣନ୍ତୁ, ସର୍ବ ପ୍ରଥମେ ଆସିଥାଏ ଏମିତି ଲକ୍ଷଣ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଯୋଗୁ ହାହାକାର ଲାଗିଛି । ପ୍ରତିଦିନ କରୋନାର ନୂଆ ମାମଲା ଦେଖିବାକୁ ମିଳୁଛି । ଏଥିରେ ବହୁ ଲୋକଙ୍କର ପ୍ରାଣହାନୀ ଘଟିଲାଣି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ମଧ୍ୟ ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି । ତେବେ ଆପଣ ଓମିକ୍ରନ ସଂକ୍ରମଣରେ ଅଛନ୍ତି କି ନାହିଁ ଏହି ଲକ୍ଷଣରୁ ଜାଣି ପାରିବେ । ଆପଣ ଯଦି ଓମିକ୍ରନ ସଂକ୍ରମଣରେ ଅଛନ୍ତି ତେବେ ପ୍ରଥମେ ଆସିଥାଏ ଏହି ଲକ୍ଷଣ ।

କରୋନା ସଂକ୍ରମଣରେ ସାଧାରଣତଃ ଶରୀରରେ କାଶ,ଥଣ୍ଡା ଓ ଜର ଲକ୍ଷଣ ଦେଖାଦେଇଥାଏ । ସେହିପରି ଓମିକ୍ରନରେ ମଧ୍ୟ ଲକ୍ଷଣ ଦେଖାଦେଇଥାଏ । ତେବେ ଓମିକ୍ରନ ହେଲେ ଏମିତି କିଛି ଲକ୍ଷଣ ଅଛି ଯାହା ପ୍ରଥମେ ଦେଖାଦେଇଥାଏ । ଯେଉଁଥିରୁ ଆପଣ ଜାଣିପାରିବେ ଯେ ଆପଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଫଳରେ ପ୍ରଥମରୁ ଚିକିତ୍ସା କରି ଓମିକ୍ରନରୁ ରକ୍ଷା ପାଇପାରିବେ । ଆମେରିକାର ୟଲ ସ୍କୁଲ ଅଫ ମେଡିସିନ ବିଭାଗର ସହାୟକ ପ୍ରଫେସର ଜର୍ଜ ମୋରେନ ଓମିକ୍ରନ ସହ ଜଡ଼ିତ କିଛି ଏମିତି ଲକ୍ଷଣ ସମ୍ପର୍କରେ କହିଛନ୍ତି ।

ସେ କହିଛନ୍ତି ଯେ ଓମିକ୍ରନ ସଂକ୍ରମଣରେ ପ୍ରଥମ ଲକ୍ଷଣ ଗଳାରେ ଦେଖାଦେଇଥାଏ । ଓମିକ୍ରନର ପ୍ରାଥମିକ ଲକ୍ଷଣ ଭାବେ ଗଳା କୁଣ୍ଡାଇ ହେବା ବା ଦରଜ ହେବା ଦେଖାଦେଇଥାଏ । ଯାହା ଫଳରେ ଖାଦ୍ୟ ପଦାର୍ଥ ଗିଳିବାରେ ଅସୁବିଧା ଦେଖାଦେଇଥାଏ ।

ଏହାଛଡ଼ା ନରେଓ୍ଵ, ଦକ୍ଷିଣ ଆଫ୍ରିକା ଓ ବ୍ରିଟେନର ବିଶେଷଜ୍ଞମାନେ ମଧ୍ୟ ଓମିକ୍ରନରେ ଗଳା ଦରଜ ହେବା ପ୍ରଥମ ଲକ୍ଷଣ ବୋଲି କହିଛନ୍ତି । ଏହାଛଡ଼ା ନାକ ବନ୍ଦ ହେବା, ଶୁଖିଲା କାଶ ଓ ଶରୀର ଦରଜ ହେବା ଭଳି ଲକ୍ଷଣ ଦେଖା ଦେଇଥାଏ ।

Leave A Reply

Your email address will not be published.