ଦୋଷୀ ସାବ୍ୟସ୍ତ ନେତାଙ୍କୁ ଆଜୀବନ ନିର୍ବାଚନ ଲଢିବାରୁ ବାସନ୍ଦ କରିବେ କି କେନ୍ଦ୍ର ସରକାର? ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଦୋଷୀ ସାବ୍ୟସ୍ତ ନେତାଙ୍କୁ ଆଜୀବନ ନିର୍ବାଚନ ଲଢିବାରୁ ବାସନ୍ଦ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଆଜୀବନ ବାସନ୍ଦ ନେଇ କେନ୍ଦ୍ର ସରକାର ସମୀକ୍ଷା କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ। ପ୍ରଧାନ ବିଚାରପତି ଏନ ଭି ରମଣା, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏନେଇ କୌଣସି ନିଷ୍ପତ୍ତି ଗ୍ରହଣ ନକଲେ ନିର୍ବାଚନ କମିସନଙ୍କୁ ଆଜୀବନ ବାସନ୍ଦ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଗତ ୫ବର୍ଷ ଧରି ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରାଧୀନ ରହିଛି।

୨୦୧୬ରେ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ପିଟିସନ ଦାୟର ହୋଇଥିଲା। ଆବେଦନକାରୀ ସତ୍ୟପାଠରେ ଦର୍ଶାଇଛନ୍ତି, କୌଣସୀ ଦୋଷୀ ସାବ୍ୟସ୍ତ ବ୍ୟକ୍ତି କିରାଣୀ ହୋଇପାରିବେ ନାହିଁ। କିନ୍ତୁ ସେହି ବ୍ୟକ୍ତି ନେତା ହୋଇପାରିବେ। ପୂର୍ବରୁ ଭାରତୀୟ ନିର୍ବାଚନ କମିସନ ୨୦୧୭ରେ ସୁପ୍ରିମ କୋର୍ଟଙ୍କୁ ଅବଗତ କରାଇଛନ୍ତି, ଦୋଷୀ ସାବ୍ୟସ୍ତ ନେତାଙ୍କୁ ଆଜୀବନ ନିର୍ବାଚନରୁ ବାରଣ କରିବା ସପକ୍ଷରେ ଅଛନ୍ତି କମିସନ। ବର୍ତ୍ତମାନ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମତ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.