ଆସାମ ଏନଆରସି ପ୍ରସଙ୍ଗରେ ବିବାଦ ତୀବ୍ର

ନୂଆଦିଲ୍ଲୀ : ବିଜେଡି ଓ ବିଜେପିକୁ ଛାଡିଦେଲେ, ଦେଶରେ ଅନୁପ୍ରବେଶକାରୀଙ୍କୁ ନେଇ କୌଣସି ଦଳ ସ୍ପଷ୍ଟ ମତ ରଖୁ ନାହାଁନ୍ତି । ଆସାମ NRC ପ୍ରସଙ୍ଗରେ ବିବାଦ ତୀବ୍ର ହେବା ପରେ ଏହି ମତ ରଖିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦିନକ ତଳେ ଆସାମ ପାଇଁ ପ୍ରକାଶ ପାଇଥିଲା, ଜାତୀୟ ରେଜିଷ୍ଟର ଅଫ ସିଟିଜେନସ ତାଲିକା । ଯେଉଁଠି ୪୦ ଲକ୍ଷ ଲୋକଙ୍କ ନାଁ ନଥିଲା ।

ଅଭିଯୋଗ ହେଉଛି, ଅଧିକାଂଶ ଭାରତୀୟ ନାଗରିକଙ୍କ ନାଁ ତାଲିକାରୁ କଟିଯାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି। ସେପଟେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଯେଉଁମାନଙ୍କ ନାଁ ଜାତୀୟ ରେଜିଷ୍ଟର ଅଫ ସିଟିଜେନସରେ ନାହିଁ, ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ନାହିଁ। ଏହି ରେଜିଷ୍ଟର କେବଳ ଏକ ଡ୍ରାଫ୍ଟ ମାତ୍ର ।