ପ୍ରଧାନମନ୍ତ୍ରୀ ମୋଦି କଲେ ଘୋଷଣା : ସ୍ବାଧୀନ ଭାବେ ସେନା ନିଜର ନିଷ୍ପତ୍ତି ନେଉ

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ଘଟଣା ପରେ ଦେଶର ସୁରକ୍ଷା ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ଉଚ୍ଚସ୍ତରୀୟ ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ସେନାକୁ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ।
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟ ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଏବଂ ତିନି ସେନାର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ଆହୁରି ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସଚିବ, ବିଏସଏଫ ଡିଜି, ସିଆରପିଏଫ୍ ଅଧିକାରୀ, ଏସଏସବି ଓ ଏନଏସଜି ଅଧିକାରୀ ମଧ୍ୟ ବୈଠକରେ ସାମିଲ ଥିଲେ । ପହଲଗାମ ଆକ୍ରମଣ ପରେ ଆତଙ୍କବାଦୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହୋଇଛି ବଡ଼ ରଣନୀତି ।