ପାକିସ୍ତାନୀ ବୋଟରେ ଭାରତ ଆସୁଥିଲା ଅସ୍ତ୍ରଶସ୍ତ୍ର, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଧରାପଡ଼ିଲା ବୋଟ ଅଲ ସୋହେଲି

କେନ୍ୟୁଜ୍‌(ବ୍ୟୁରୋ): ପାକିସ୍ତାନୀ ମାଛଧରା ବୋଟରେ ଭାରତ ଆସୁଥିଲା ଅସ୍ତ୍ରଶସ୍ତ୍ର । ବୋଟ୍‌ରେ ଥିଲେ ୧୦ ଜଣ କ୍ରୀୟୁ ସଦସ୍ୟ । କିନ୍ତୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଧରାପଡ଼ିଲା ବୋଟ ଅଲ ସୋହେଲି ।

ଏଥିରେ ଅସ୍ତ୍ରଶସ୍ତ୍ର ସହ ୪୦ କେଜି ଡ୍ରଗ୍‌ସ ମଧ୍ୟ ଥିଲା । ଯାହାର ଦାମ ୩୦୦ କୋଟି ଟଙ୍କା ହେବ। ଅଧିକ ତଦନ୍ତ ପାଇଁ ବୋଟ୍‌ ଓ କ୍ରୀୟୁ ସଦସ୍ୟଙ୍କୁ ଓଖା ଅଣାଯାଉଛି।

ପାକିସ୍ତାନୀ ମାଛଧରା ବୋଟରେ ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିବା ସୂଚନା ମିଳିବା ପରେ ଗୁଜରାଟ ଏଟିଏସ୍‌ ସହ ମିଶି ଅପରେସନ୍‌ ଆରମ୍ଭ କରିଥିଲା ଇଣ୍ଡିଆନ କୋଷ୍ଟ ଗାର୍ଡ । ଭାରତୀୟ ଜଳସୀମାରେ ବୋଟ ଜବତ ହୋଇଥିଲା।

Leave A Reply

Your email address will not be published.