ଜମ୍ମୁ-କାଶ୍ମୀରରେ ଗୁଳିବିନିମୟ: ଭାରତୀୟ ସେନାର କ୍ୟାପଟେନ ଶହୀଦ, ୪ ଆତଙ୍କବାଦୀ ସଫା

ଆତଙ୍କବାଦୀଙ୍କ ଗୁଳିରେ ଭାରତୀୟ ସେନାର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ବିରୋଧରେ ଚାଲିଥିବା ଅପରେସନ ବେଳେ ସେନା ଅଧିକାରୀ ଶହୀଦ ହୋଇଥିବା ଖବର ରହିଛି । ଭାରତୀୟ ସେନାର ୪୮ ରାଷ୍ଟ୍ରୀୟ ରାଇଫଲରେ ମୁତୟନ ଜଣେ କ୍ୟାପଟେନ ଆତଙ୍କୀ ଗୁଳିରେ ଶହୀଦ ହୋଇଛନ୍ତି ।

ତାଙ୍କ ନାମ ଦୀପକ ସିଂ ବୋଲି ଜଣାପଡିଛି । ଏହାସହ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆଜି ସକାଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ଡୋଡାରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଅଞ୍ଚଳକୁ କର୍ଡନ କରାଯାଇଛି । କୁହାଯାଉଛି ଯେ ଆତଙ୍କବାଦୀମାନେ ଶିବଗଡ-ଅସାର ପଟ୍ଟିରେ ଲୁଚି ଥାଇପାରନ୍ତି ।

ଏନକାଉଣ୍ଟରରେ ନିହତ ଆତଙ୍କୀଙ୍କ ନିକଟରୁ M4 ରାଇଫଲ ଜବତ କରାଯାଇଛି । ଏହାସହ ତିନୋଟି ବ୍ୟାଗ ମଧ୍ୟ ଜବତ ହୋଇଛି । ସେନାବାହିନୀ ଅଞ୍ଚଳରେ ରକ୍ତର ଦାଗ ଦେଖିବାକୁ ପାଇଛନ୍ତି । ଆତଙ୍କବାଦୀମାନେ ଅସାର ନଦୀ କୂଳରେ କେଉଁଠି ଲୁଚି ଥାଇପାରନ୍ତି ବୋଲି ସେନା ଅନୁମାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.