ଶ୍ରୀନଗରରେ ପହଞ୍ଚିଲେ ସେନା ମୁଖ୍ୟ, ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ

ଭାରତ-ପାକିସ୍ତାନ ଟେନସନ୍ ଭିତରେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନା ମୁଖ୍ୟ।  ଆର୍ମୀ ଚିଫ୍ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଶ୍ରୀନଗର ଯାଇଛନ୍ତି ।  ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷିରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନର ସମୀକ୍ଷା କରିବେ ।  ଆର୍ମୀର ଟପ୍ କମାଣ୍ଡର ସେନା ମୁଖ୍ୟଙ୍କୁ ସ୍ଥିତି ସଂପର୍କରେ ଅବଗତ କରିବେ ।  ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ କାଉଣ୍ଟର ଟେରରିଷ୍ଟ ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଜେନେରାଲ ଦ୍ବିବେଦୀ ।

15 Corps କମାଣ୍ଡର ଓ ଅନ୍ୟ ରାଷ୍ଟ୍ରୀୟ ରାଇଫଲର କମାଣ୍ଡରମାନେ ସେନାମୁଖ୍ୟଙ୍କ ଗସ୍ତ ବେଳେ ଉପସ୍ଥିତ ରହିବେ ।   ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଯବାନଙ୍କ ଘେରା ବନ୍ଦୀରେ ରହିଛି ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ।

Also read: ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ଏହି ୭ଟି ବଡ ପଦକ୍ଷେପ