ଅନୁପ୍ରବେଶ ଉଦ୍ଯମ ପଣ୍ଡ : ଯବାନଙ୍କ ଗୁଳିରେ ଟଳିପଡିଲେ ୬ ଆତଙ୍କବାଦୀ

ଶ୍ରୀନଗର : ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ଯମ ପଣ୍ଡ । ଜମ୍ମୁ- କଶ୍ମୀର କୁପୱଡାର କେରାନ୍ ସେକ୍ଟରରେ ଅନୁପ୍ରବେଶ ଉଦ୍ଯମ କରୁଥିବା ବେଳେ ବିଏସ୍‌ଏଫ୍ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ୬ ଆତଙ୍କୀ । ତେବେ ଗତ କିଛି ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ଅନୁପ୍ରବେଶ ଉଦ୍ୟମ ବୋଲି କହିଛି ବିଏସ୍‌ଏଫ । ଅନପଟେ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ ଅନୁପ୍ରବେଶ ପାଇଁ ଅପେକ୍ଷାରେ ଥିବା ଥିବା ଆତଙ୍କବାଦୀ ପାକିସ୍ତାନକୁ ଚାଲିଯାଇଥିବା ସୂଚନା ମିଳିଛି ।

ମିଳିଥିବା ଖବର ମୁତାବକ, ଆଜି ଭୋର୍‌ରୁ ଆତଙ୍କବାଦୀମାନେ ଭାରତରେ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ନେଇ ପୂର୍ବରୁ ଗଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଥିଲା।  ଫଳରେ ଯବାନମାନେ ଆତଙ୍କବାଦୀଙ୍କୁ ଗୁଳି କରିଥିଲେ। ଯେଉଁଥିରେ ୬ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ।

ଉଲ୍ଳେଖଯୋଗ୍ୟ, ୨ ଦିନ ପୂର୍ବେ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଥିଲେ ଏବଂ ଆଉ ଦୁଇ ଜଣ ଯବାନ ଗୁରୁତର  ଆହତ ହୋଇଥିଲେ।

Leave A Reply

Your email address will not be published.