ତାମିଲନାଡୁରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର

ଚେନ୍ନାଇ(କେ ନ୍ୟୁଜ): ତାମିଲନାଡୁ କୁନ୍ନୁରରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି । ବାୟୁସେନାର MI 17V 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୪ ଜଣ ବରିଷ୍ଠ ସେନା ଅଧିକାରୀ ଥିବା ସୂଚନା ମିଳିଛି। ମୋଟ ୧୪ ଜଣ ଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିବାସୂଚନା ମିଳିଛି। ଏଯାବତ ତେବେ କୌଣସି ମୃତାହତର ସୂଚନା ମିଳିନାହିଁ। ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଥିବା କୁହାଯାଉଛି। ବିପିନଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଥିଲେ । ସଦ୍ୟ ମିଳିଥିବା ଖବର ଅନୁଯାୟୀ,

ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିବା ନେଇ ଅଧିକାରୀକ ସୂତ୍ରରୁ ଜଣାଯାଇଛି । ସେନା ଅଧିକାରୀ ଓ ଆଇଏଏଫ ଷ୍ଟାଫଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି କୋଏମ୍ବାଟୁର ଓ ସୁଲୁର ମଝାମଝି ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଆହତ ହୋଇଥିବା ଚାରି ଜଣଙ୍କ ମଧ୍ୟରେ ବିପିନ ରାୱତଙ୍କ ସମେତ ଆଉ ତିନି ଜଣ ଅଛନ୍ତି । ଯେବେକି ଜଣଙ୍କର ପତ୍ତା ମିଳୁନଥିବା ସୂଚନା ମିଳିଛି । ବାୟୁସେନା ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସଦ୍ୟ ମିଳିଥିବା ଖବର ଅନୁଯାୟୀ ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର ହୋଇଛି । ହେଲିକପ୍ଟରଟି ୱଏଲିଂଟନ ଏୟାରବେସକୁ ଯାଉଥିଲା । ଅପରାହ୍ନ ୨.୪୫ ମିନିଟରେ ସିଡିଏସ ବିପିନ ରାୱତଙ୍କର ଏକ ବକ୍ତବ୍ୟ ଥିଲା । ସେହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ଆର୍ମି ହେଲିକପ୍ଟରଟି ଯାଉଥିଲା । ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ |

Leave A Reply

Your email address will not be published.