ଲକ ଡାଉନ କାରଣରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପାଖାପାଖି ୪୦,୦୦୦ ଭାରତୀୟ ନାବିକ

କୋଭିଡ-୧୯ ମହାମାରୀ ମୁକାବିଲା ନେଇ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଲକ ଡ଼ାଉନ ପରିସ୍ଥିତି ଘୋଷିତ ହୋଇଛି । ଏହି କାରଣରୁ ବିଭିନ୍ନ ସ୍ଥାନରେ ଅନେକ ଲୋକ ଫସି ରହିଛନ୍ତି । ଏମିତିକି କେତେକ ମାଲ ବାହୀ ତଥା ଯାତ୍ରୀ ବାହୀ ଜାହାଜ ମାନେ ବି ଫସି ରହିଛନ୍ତି । ମିଳିଥିବା ଏକ ସୂଚନା ଅନୁଯାୟୀ, ୫୦୦ ମାଲବାହକ ପୋତରେ ୧୫,୦୦୦ ଯେବେକି ବିଭିନ୍ନ ଯାତ୍ରୀ ବାହୀ ଜାହାଜରେ ୨୫,୦୦୦ ଲୋକ ଫସି ରହିଛନ୍ତି । ବିଭିନ୍ନ ସାମୁଦ୍ରିକ ସେବା ସହ ଜଡିତ ସଂଗଠନ ଗୁଡିକ କହିଛନ୍ତିକି, ଲକ ଡାଉନ ପରିସ୍ଥିତି ଉଠିବା ପରେ ସରକାର ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇବା ନେଇ ଭରସା ଦେଇଛନ୍ତି ।

indian sailors

ଏମଏଏସଏସଏ ସିଇଓ କ୍ୟାପଟେନ ଶିବ ହେଲବେଙ୍କ ଅନୁଯାୟୀ, ବିଭିନ୍ନ ଜାହାଜରେ ପାଖାପାଖି ଭାରତୀୟ ସାମୁଦ୍ରିକ ନାବିକ ଫସି ରହିଛନ୍ତି । ଏଭିତରେ ସେମାନଙ୍କ ରୋଜଗାରର ଅନୁବନ୍ଧ ଶେଷ ହୋଇଯାଇଥିବାରୁ ସେମାନେ ଯଥାସମ୍ଭବ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ।
ଏକ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ମିଟିଂ ମାଧ୍ୟମରେ ବିଭାଗୀୟ ମନ୍ତ୍ରୀ ଦେଶରୁ ଲକ ଡାଉନ ପରିସ୍ଥିତି ଉଠିବା କ୍ଷଣି ସେମାନଙ୍କୁ ଯଥା ଶୀଘ୍ର ସହାୟତା ଯୋଗାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.