ଆକ୍ଟ୍ରେସ ଅର୍ପିତାଙ୍କ ଘରୁ ୨୧ କୋଟି ଜବତ, ଗିରଫ ଅର୍ପିତା କେବଳ ଜଣେ ମଡେଲ ନୁହେଁ କାହା ସହ ଲିଙ୍କ ଜାଣନ୍ତୁ 

ପ୍ରବର୍ତ୍ତନ ନିର୍ଦେଶାଳୟ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଟିଏମସି ପ୍ରମୁଖ ମମତା ବାନାର୍ଜିଙ୍କ ସରକାରଙ୍କ ଅନେକ ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଯାଞ୍ଜ କରିଛି । ଏହି ସମୟରେ ପୂର୍ବ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟର୍ଜିଙ୍କ ନିକଟତର କୁହାଯାଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଜବତ କରିବା ସହ ଗିରଫ କରିଛି । ଇଡିର ଯାଞ୍ଚ ଭିତରେ ୫୦୦ ଓ ୨୦୦୦ନୋଟର ଏଭଳି ଗଦା ଗଦା ନୋଟ ସାମନାକୁ ଆସିଲା ଯେ ତାକୁ ଗଣିବା ପାଇଁ ମେସିନ ଆଣିବାକୁ ପଡିଲା । ଦାବି କରାଯାଉଛି କି ଏହି ଟଙ୍କା ଶିକ୍ଷା ସହ ଯୋଡା ଘୋଟାଲା ହେବ ।

ଅର୍ପିତା ମୁଖାର୍ଜୀ ଜଣେ ଆକ୍ଟ୍ରେସ ଓ ମଡେଲ । ସେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମରେ କାମ କରିଛନ୍ତି । ଏମିତିକି କିଛି ତାମିଲ ଫିଲ୍ମରେ ନଜର ଆସିଛନ୍ତି ଅର୍ପିତା । ବଙ୍ଗାଳର ପୂର୍ବ ଶିକ୍ଷାମନ୍ତ୍ରୀ ପାର୍ଥ ମୁଖାର୍ଜୀଙ୍କର ନିକଟତର ଭାବରେ ସେ ଜଣାଶୁଣା । ମିଡିଆ ରିପୋର୍ଟ ହିସାବରେ ଅର୍ପିତା ଅନେକଥର ପାର୍ଥ ମୁଖାର୍ଜୀଙ୍କ ସହ ରାଜନୈତିକ ଆୟୋଜନରେ ବି ନଜର ଆସିଛନ୍ତି । ଏହା ଛଡା ସେ ପାର୍ଥ ମୁଖାର୍ଜୀଙ୍କ ସହ କିଛି କ୍ୟାମ୍ପେନ କରୁଥିବାର ଦେଖାଯାଇଥିଲେ ।

ଅର୍ପିତା ଗତ ଅନେକ ବର୍ଷ ଧରି କୋଲକତା ସ୍ଥିତ ଏକ ଆଲିଶାନ ଫ୍ଲାଟରେ ରହୁଛନ୍ତି । ଅର୍ପିତା ଲକଜରୀ ଲାଇଫ ବଞ୍ଚୁଥିବାର ସବୁବେଳେ ନଜର ଆସନ୍ତି । ମିଡିଆ ରିପୋର୍ଟ ହିସାବରେ ପାର୍ଥ ଚାଟାର୍ଜୀ ଯେଉଁ ପୂଜା କମିଟିର ସର୍ବେସର୍ବା, ସେହି କମିଟି ସହ ଅର୍ପିତା ମଧ୍ୟ ଯୋଡି ହୋଇ ରହିଛନ୍ତି । ପୂଜା ପେଣ୍ଡାଲର କାମଦାମରେ ଅର୍ପିତା ସାହାଯ୍ୟ ମଧ୍ୟ କରନ୍ତି ।

କୁହାଯାଉଚି କି ପୂଜା ପେଣ୍ଡାଲର ଦେଖାଶୁଣାର ଦାୟିତ୍ୱ ଅର୍ପିତାଙ୍କ ପାଖରେ ରହିଥାଏ । ପେଣ୍ଡାଲର ପ୍ରସାର ପ୍ରଚାର ପାଇଁ ଛପାଯାଇଥିବା ପୋଷ୍ଟର୍ସରେ ଅର୍ପିତାଙ୍କ ଫଟୋ ଲଗାଯାଇଥାଏ । ତେଣୁ ସେ ପାର୍ଥ ଚାଟାର୍ଜୀଙ୍କ ଅତ୍ୟନ୍ତ ନିକଟତର । ଏମିତିକି ସହଯୋଗୀ ବୋଲାଯାଆନ୍ତି । ରିପୋର୍ଟ ହିସାବରେ ଲଗଜରୀ ଲାଇଫ ବଞ୍ଚୁଥିବା ଏକ୍ଟ୍ରେସ ଅର୍ପିତାଙ୍କର ତାଲିଗଞ୍ଜ ଓ ବେହଲାରେ ମଧ୍ୟ ବଡ ଫ୍ଲାଟ୍ସ ରହିଛି ।

ଖବର ଅନୁସାରେ ପାର୍ଥ ଚାଟାର୍ଜୀ ନାଫତଲ୍ଲା ଉଟ୍ଘନ ସଂଘ ନାମର ପୂଜା କମିଟିର ସଞ୍ଜାଳନ କରନ୍ତି । ଯାହା ସହ ଅର୍ପିତା ଯୋଡି ହୋଇରହିଛନ୍ତି । ଏହା ପରଠୁ ପାର୍ଥ ଚାଟାର୍ଜୀଙ୍କ ସହ ସେ ସମ୍ପର୍କରେ ଆସିଲେ । ପେଣ୍ଡାଲ ପୂଜା ପାଇଁ ହୋଇଥିବା ଫୋଟୋ ଆଲବମରେ ଅର୍ପିତାଙ୍କର ଅନେକ ଫୋଟୋ ରହିଥିବା ଜଣପଡିଛି । କହିରଖୁଛୁ କି ପଶ୍ଚିମ ବଙ୍ଗର ଚର୍ଚ୍ଚିତ ସ୍କୁଲ ସେବା ଆୟୋଗ ଭ୍ରଷ୍ଟାଚାର ମାମଲାରେ ପାର୍ଥ ଚାଟାର୍ଜୀ ସମେତ ୧୩ଲୋକଙ୍କ ବିରୋଧରେ ଇଡି ତାର ତଲାସୀ ଅଭିଯାନ ଚଳାଇଥିଲା । ଏହା ଭିତରେ ଇଡି ଅର୍ପିତାଙ୍କ ଘରୁ ୨୧ କୋଟି ଜବତ କରିଛି ।

Leave A Reply

Your email address will not be published.