ନେତାନ୍ୟାହୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ, ଗାଜା ସହିତ ଯୁଦ୍ଧରେ ମାନବତା ବିରୋଧରେ ଅପରାଧ କହିଲେ କୋର୍ଟ

ନେତାନ୍ୟାହୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ICC। ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ମଧ୍ୟ ଜାରି ହୋଇଛି ଆରେଷ୍ଟ ୱାରେଣ୍ଟ । ଯୁଦ୍ଧ ଅପରାଧ ଓ ମାନବତା ବିରୋଧୀ ଅପରାଧରେ ସଂପୃକ୍ତି ଅଭିଯୋଗରେ ଉଭୟଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ୨୦୨୩ ମସିହାରେ ଗାଜା ଉପରେ ହୋଇଥିବା ଆକ୍ରମଣକୁ ନେଇ ଆନ୍ତର୍ଜାତିକ ଅପରାଧ ଅଦାଲତରେ ମାମଲା ରୁଜୁ ହୋଇଥିଲା । ଆନ୍ତର୍ଜାତିକ ଅଦାଲତରେ ହୋଇଥିବା ମାମଲାକୁ ଇସ୍ରାଏଲ ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ଇସ୍ରାଏଲର ଆବେଦନ ଖାରଜ ହୋଇଥିଲା ।

ସୂଚନା ଅନୁସାରେ ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ଜୋରଦାର ଆକ୍ରମଣ କରିଥିଲା । ଆଇସିସି ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍‌ ଏହାକୁ ଯୁଦ୍ଧ ଅପରାଧ ଓ ମାନବଜାତି ବିରୋଧରେ ଅପରାଧ ବୋଲି ଅଭିଯୋଗ କରିଛନ୍ତି । ସିନ୍‌ଓ୍ବାର, ହାନିୟେହ ଏବଂ ଅଲ୍‌ ମସ୍ରିଙ୍କ ବିରୋଧରେ ଧ୍ୱଂସସାଧନ, ହତ୍ୟା, ପଣବନ୍ଦୀ କରିବା, ବଳାତ୍କାର ଓ ଯୌନ ଉତ୍ପୀଡ଼ନ ଆଦି ଅଭିଯୋଗ ଲଗାଯାଇଥିବାବେଳେ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ବିରୋଧରେ ଯୁଦ୍ଧଜନିତ ଧ୍ୱଂସ ସାଧନ, ଲୋକଙ୍କୁ କ୍ଷୁଧିତ ରଖିବା, ରିଲିଫ ସହାୟତାକୁ ଯୁଦ୍ଧପୀଡ଼ିତଙ୍କ ନିକଟରେ ପହଞ୍ଚାଇବାକୁ ନ ଦେବା ଆଦି ଅଭିଯୋଗ ହୋଇଛି । ତେବେ ଅକ୍ଟୋବର ୮, ୨୦୨୩ରୁ ମେ ୨୦, ୨୦୨୪ ପର୍ଯ୍ୟନ୍ତ ହୋଇଥିବା ତଦନ୍ତକୁ ଭିତ୍ତି କରି ଅଦାଲତ ଏହି ୱାରେଣ୍ଟ ଜାରି କରିଛନ୍ତି ।.

 

 

 

You might also like