ନୂଆଦିଲ୍ଲୀ (କେନ୍ୟୁଜ୍) : ତିନି ମାସର ବ୍ୟବଧାନ ପରେ ଫେରୁଛନ୍ତି ଅରୁଣ ଜେଟଲୀ । ଆଜି ପୁଣି ଥରେ ସମ୍ଭାଳିବେ କେନ୍ଦ୍ର ଅର୍ଥ ଓ ବ୍ୟାପାର ବିଭାଗ ଦାୟିତ୍ୱ । ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ପରେ ତାଙ୍କୁ ମନ୍ତ୍ରୀପଦ ହସ୍ତାନ୍ତର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିଡନୀ ପ୍ରତ୍ୟାରୋପଣ ଓ ଅସ୍ତ୍ରୋପଚାର ଯୋଗୁ ତିନି ମାସ ହେବ ନିଜ ଦାୟିତ୍ୱରୁ ଦୂରେଇ ରହିଥିଲେ ଅରୁଣ ଜେଟଲୀ । ୧୪ ମେ’ରୁ ତାଙ୍କୁ ବିନା ବିଭାଗ ମନ୍ତ୍ରୀ କରାଯାଇଥିଲା । ତାଙ୍କ ଅନୁପସ୍ଥିତିରେ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ରେଳମନ୍ତ୍ରୀ ପୀୟୁଷ ଗୋୟଲ । ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଗୃହରେ ଉପସ୍ଥିତ ରହିଥିଲେ ଅରୁଣ ଜେଟଲୀ । ସୁସ୍ଥ ହେବା ପରେ ପୁଣି ଥରେ କାର୍ୟ୍ୟରେ ଯୋଗ ଦେଉଛନ୍ତି ।