ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, ପୂଜାରୀ ଏବଂ ଗ୍ରନ୍ଥିମାନଙ୍କୁ ମିଳିବ ମାସକୁ ୧୮ ହଜାର ଟଙ୍କା
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀର ମନ୍ଦିରରେ କାମ କରୁଥିବା ପୂଜାରୀ ଏବଂ ଗୁରଦ୍ବାରରେ କାମ କରୁଥିବା ଗ୍ରନ୍ଥି (ପୂଜାରୀ)ମାନଙ୍କୁ ମାସକୁ ୧୮୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ୩୧ ଡିସେମ୍ବରରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ।
ଖବର ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ନିଜେ କନୋଟ୍ ପ୍ଲେସ ହନୁମାନ ମନ୍ଦିରରୁ ଏହାର ଆରମ୍ଭ କରିବେ । ଏହାପରେ ସମସ୍ତ ଲୋକ ନିଜ ନିଜ ବିଧାନସଭା କ୍ଷେତ୍ରରୁ ଏହାର ରେଜିଷ୍ଟ୍ରେସନ କରିପାରିବେ ।
ଆପ୍ ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ ବିଜେପି ନେତାଙ୍କୁ ଅପିଲ୍ କରିଛନ୍ତି କି, ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଏବଂ ସଂଜୀବନୀ ଯୋଜନା ଭଳି ପୂଜାରୀ ଏବଂ ଗ୍ରନ୍ଥି ମାନଙ୍କୁ ସମ୍ମାନ ରାଶି ଯୋଜନାକୁ ବିରୋଧ ନ କରିବା ଉଚିତ । ଏମିତି କଲେ ବହୁତ ପାପ ହେବ ।
आम आदमी पार्टी के जीतने पर दिल्ली में मंदिरों के पुजारियों और गुरुद्वारा साहिब के ग्रंथियों को ₹18,000 प्रति माह की सम्मान राशि दी जाएगी।
ये योजना समाज में उनके आध्यात्मिक योगदान और हमारी सांस्कृतिक धरोहर को संरक्षित रखने के उनके प्रयासों का सम्मान है।
BJP वालों इसे रोकने की… https://t.co/rJZcOxV8PR
— Arvind Kejriwal (@ArvindKejriwal) December 30, 2024
ଏହାକୁ ନେଇ ଦିଲ୍ଲୀ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ଏହି ଯୋଜନା ସମାଜର ସେହି ଲୋକଙ୍କ ପାଇଁ ଯେଉଁମାନଙ୍କୁ କୌଣସି ସରକାର କିମ୍ବା ସଂସ୍ଥାର ଚିନ୍ତା ନାହିଁ । ମନ୍ଦିର ଓ ଗୁରୁଦ୍ବାର ଜରିଆରେ ଏମାନେ ଦେଶର ଧାର୍ମିକ ଏବଂ ସାଂସ୍କୃତିକ ମୂଲ୍ୟର ସଂରକ୍ଷଣ କରୁଛନ୍ତି । ଏହାସହିତ ଆମ ଜୀବନର ନୈତିକ ମୂଲ୍ୟକୁ ବଞ୍ଚାଇ ରଖିବାରେ ଯୋଗଦାନ ଦିଅନ୍ତି । ଏମାନେ ଲୋକ ଏବଂ ଭଗବାନଙ୍କ ସହିତ ବ୍ରିଜ ଭଳି କାମ କରନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ଫେବୃଆରୀରେ ହେବ । ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ବଡ ବଡ ଘୋଷଣା କରୁଛି । ଦିଲ୍ଲୀର ସମସ୍ତ ୭୦ ସିଟ୍ ପାଇଁ ଆପ୍ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଏବଂ ସଂଜୀବନୀ ଯୋଜନା ଘୋଷଣା କରିସାରିଛନ୍ତି ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ କେଜ୍ରିୱାଲ । ତେବେ ନିର୍ବାଚନ ଜିତିଲେ ଏହି ରାଶିକୁ ବଢ଼ାଇ ୨୧୦୦ ଟଙ୍କା କରିଦିଆଯିବ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ୧୮ ରୁ ୬୦ ବର୍ଷ ମହିଳାଙ୍କୁ ଏହି ଯୋଜନାରେ ଫାଇଦା ମିଳିବ ।
ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦ ଲକ୍ଷର ଜୀବନ ବୀମା ସହିତ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଥିଲା । ଏଥିସହିତ ସେମାନଙ୍କର ଝିଅ ବାହାଘର ପାଇଁ ୧ ଟଙ୍କାର ସହାୟତା ମଧ୍ୟ ମିଳିବ । ହୋଲି ଓ ଦୀପାବଳିରେ ପୋଷାକ ପାଇଁ ଅଟୋ ଡ୍ରାଇଭରଙ୍କୁ ୨୫୦୦ ଟଙ୍କା ମିଳିବ । ଅଟୋ ଡ୍ରାଇଭର ପିଲାଙ୍କୁ ଫ୍ରିରେ କୋଚିଂ ମିଳିବ ।