ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା, ଦିଲ୍ଲୀରେ ଭଡାଟିଆଙ୍କୁ ମିଳିବ ମାଗଣା ବିଜୁଳି ଓ ପାଣି

ଆପ୍ ସଂଯୋଜକ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପୂର୍ବରୁ ପୁଣି ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀରେ ବିଦ୍ୟୁତ ଏବଂ ପାଣି ଏବେ ଭଡ଼ାରେ ରହୁଥିବା ଲୋକଙ୍କୁ ମିଳିବ । ଦିଲ୍ଲୀ ପୁଣି ଥରେ ଆପ୍ ସରକାର ଆସିଲେ ଲକ୍ଷ ଲକ୍ଷ ଭଡ଼ାଟିଆଙ୍କୁ ମାଗଣାରେ ପାଣି ଏବଂ କରେଣ୍ଟ ମିଳିବ । କେଜ୍ରିୱାଲ ପ୍ରେସକନଫରେନ୍ସ କରି କଥା ଦେଇଛନ୍ତି ।

କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଅଧିକାଂଶ ଭଡାଟିଆ ପୂର୍ବାଞ୍ଚଳରେ ରହୁଛନ୍ତି । ସେମାନଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ । ସେମାନଙ୍କୁ ଏସବୁ ଜିନିଷର ଫାଇଦା ମିଳିବା ଉଚିତ । ମୁଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲିଛି, ଆପଣଙ୍କ ଘର, କ୍ଲିନିକ, ସ୍କୁଲ ହସପିଟାଲର ସୁବିଧା ମିଳୁଛି, କିନ୍ତୁ ମାଗଣା ବିଜୁଳି ଏବଂ ପାଣି ମିଳୁନି ।

ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ । ସେହିପରି ୨୦୦ ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ଅଧାଚାର୍ଜ ଲାଗିବ । ଦିଲ୍ଲୀରେ ରହୁଥିବା ଭଡାଟିଆଙ୍କୁ ଅଲଗା ଅଲଗା କାରଣ ଯୋଗୁଁ ଏହାର ଲାଭ ମିଳୁନାହିଁ ।

ଆମ ସରକାର ନିଷ୍ପତ୍ତି ନେଇଛି କି, ଭଡାଟିଆ ଦିଲ୍ଲୀରେ ରହୁଛନ୍ତି, ତେବେ ସେମାନଙ୍କୁ ମଧ୍ୟ ମାଗଣା ବିଜୁଳି ଏବଂ ପାଣି ମିଳିବା ଦରକାର । ମୁଁ ଯେଉଁଠିକି ବି ଯାଉଛି, ଭଡାରେ ଥିବା ଲୋକ ଆମକୁ ଘରକୁ ନେଉଛନ୍ତି । ସରକାରୀ ସ୍କୁଲରେ ପିଲାଙ୍କୁ ପଢିବାର ସୁଯୋଗ ମିଳୁଛି ବୋଲି କହୁଛନ୍ତି । ହସପିଟାଲରେ ମାଗଣା ଚିକିତ୍ସାର ଲାଭ ଉଠାଉଛନ୍ତି । ବସରେ ମାଗଣା ସେବା ଏବଂ ବୟସ୍କମାନେ ତୀର୍ଥ ଯାତ୍ରା ଯୋଜନାର ଲାଭ ଉଠାଉଛନ୍ତି । କିନ୍ତୁ ମାଗଣା ବିଜୁଳି ଏବଂ ପାଣିର ଲାଭ ମିଳୁନାହିଁ ।

ତେବେ ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଯୋଜନା କରିବାକୁ ପ୍ରସ୍ତୁତ ରହିଛି । ଭଡାଟିଆଙ୍କୁ ମାଗଣା ବିଜୁଳି ଏବଂ ପାଣି ଯୋଗାଇ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ମହିଳାମାନଙ୍କ ପରେ ଏବେ ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫ୍ରି ବସ୍ ସର୍ଭିସ୍ ଦେବାକୁ ସେ ଘୋଷଣା କରିଛନ୍ତି । ଯଦି ଏଏପି ନିର୍ବାଚନ ଜିତେ, ତା’ ହେଲେ ଆମେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଯାତ୍ରା ନିଃଶୁକ୍ଳ କରିବୁ ।

Also Read : ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ୍ ସେବା, ଅରବିନ୍ଦ କେଜ୍ରିୱାଲ ଦେଲେ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି