ଆଜି ସରୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇଡି ରିମାଣ୍ଡ ଅବଧି, ସିବିଆଇ ହେପାଜତ କି ଜେଲ ଯିବେ କେଜ୍ରିଓ୍ଵାଲ !
ଦିନ ୧୧ଟାରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ୍ । ୨୮ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ୭ ଦିନିଆ ଇଡି ହାଜତ ଅବଧି ସରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ତେବେ ଏବେ ଇଡିର ରିମାଣ୍ଡ ଅବଧି ସରିବା ପରେ କେଜ୍ରିଓ୍ଵାଲ ସିବିଆଇ ହେପାଜତକୁ ଯିବେ ନା ତିହାର ଜେଲ ଯିବେ ତାହା ଦ୍ୱନ୍ଦ୍ୱରେ ରହିଛି ।

ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇଡି ରିମାଣ୍ଡ ଅବଧି । ଦିନ ୧୧ଟାରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ୍ । ୨୮ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ୭ ଦିନିଆ ଇଡି ହାଜତ ଅବଧି ସରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଇଡି ପକ୍ଷରୁ ଦ୍ବିତୀୟ ଥର ୭ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ହେଲେ ଅଦାଲତ ମାତ୍ର ୪ ଦିନ ହାଜର ଅବଧି ବୃଦ୍ଧି କରିଥିଲେ ।
ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ଆଜି ଏହି ମାମଲାର ଶୁଣାଣି ହେବ । ଏହାମଧ୍ୟରେ କ୍ରେଜିଓ୍ଵାଲ ୧୦ ଦିନ ହେଲାଣି ଇଡି କଷ୍ଟଡିରେ ବିତାଇ ସାରିଲେଣି । ତାଙ୍କୁ ପ୍ରତିଦିନ ୫ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରାଯାଉଥିଲା । ୫୦ରୁ ଅଧିକ ପ୍ରଶ୍ନ ସାମ୍ନା କରିବାକୁ ପଡୁଥିଲା । ତେବେ ଏବେ ଇଡିର ରିମାଣ୍ଡ ଅବଧି ସରିବା ପରେ କେଜ୍ରିଓ୍ଵାଲ ସିବିଆଇ ହେପାଜତକୁ ଯିବେ ନା ତିହାର ଜେଲ ଯିବେ ତାହା ଦ୍ୱନ୍ଦ୍ୱରେ ରହିଛି ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ବାରମ୍ବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତେବେ ନବମ ଥର ଲାଗି ଇଡି ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି ।