ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଦାଖଲ କଲେ ନାମାଙ୍କନ, ସାଥୀରେ ଥିରେ ପତ୍ନୀ ସୁନୀତା

ଆଜି ନାମାଙ୍କନ ଭରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ସେ ନୂଆଦିଲ୍ଲୀ ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଥିଲେ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଅନେକ ମହିଳା ସମର୍ଥକ ।
ଆମ୍ ଆଦମୀ ପାର୍ଟିର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟରେ କୁହାଯାଇଛି, ‘ଦିଲ୍ଲୀର ମା’, ଭଉଣୀମାନଙ୍କ ସହ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆମେ ମା’, ଭଉଣୀମାନଙ୍କୁ ନେଇ ପୂର୍ବରୁ ମଧ୍ୟ କାର୍ଯ୍ୟ କରିଛୁ ଏବଂ ଆଗକୁ ମଧ୍ୟ ଜାରି ରଖିବୁ’ ।
ଅରବିନ୍ଦ କେଜ୍ରିୱାଲ ପତ୍ନୀ ସୁନୀତା ଏବଂ ମହିଳା ସମର୍ଥକଙ୍କ ସହ ନାମାଙ୍କନ ଭରିବା ପୂର୍ବରୁ ଏକ ପଦଯାତ୍ରା କରିଥିଲେ । ଏହାସହ କନଟ୍ ପ୍ଲେସର ହନୁମାନ ମନ୍ଦିର ଓ ବାଲ୍ମୀକି ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।
ଏଏପି ନେତା ମନୀଷ ସିସୋଦିଆ ବି ଆଜି ଜଙ୍ଗପୁରାରୁ ନାମାଙ୍କନ ଦାଖଲ କରିବେ । ଆପର ସୌରଭ ଭରଦ୍ୱାଜ ଗ୍ରେଟର କୈଲାଶ ଏବଂ ଗୋପାଳ ରାୟ ବାବରପୁରରୁ ନାମାଙ୍କନ ଭରିବେ ।
ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ ଯେ ‘ଆଜି ମୁଁ ନିଜର ନାମାଙ୍କନ ଭରିବାକୁ ଯାଉଛି । ପୂରା ଦିଲ୍ଲୀରୁ ମୋର ଅନେକ ମା’ ଓ ଉଭଣୀ ମୋତେ ଆଶୀର୍ବାଦ ଦେବା ପାଇଁ ମୋ ସହିତ ଯିବେ । ନାମାଙ୍କନ ପୂର୍ବରୁ ପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ବାଲ୍ମୀକି ମନ୍ଦିର ଓ ହନୁମାନ ମନ୍ଦିର ଯିବି’ ।
ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ବିଜେପିର ପ୍ରବେଶ ବର୍ମା ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ଦିଲ୍ଲୀରେ ତ୍ରିମୁଖୀ ଲଢ଼େଇ ହେବ ।
କହି ରଖୁଛୁ, ଫେବୃୟାରୀ ୫ରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ୮ରେ ଆସିବ ନିର୍ବାଚନ ଫଳାଫଳ । ଏଥର ଦିଲ୍ଲୀର ସରକାର ବାଛିବେ ୧.୫୫ କୋଟି ଭୋଟର ।
दिल्ली की माताओं-बहनों के साथ @ArvindKejriwal जी ने नई दिल्ली विधानसभा सीट से नामांकन दाखिल किया है। हम माताओं-बहनों को लेकर पहले भी काम करते रहे हैं और आगे भी करते रहेंगे।
BJP वाले आम आदमी पार्टी और हमारे नेताओं के ख़िलाफ़ कितनी भी साज़िश रच लें लेकिन दिल्ली वाले फिर से… pic.twitter.com/UzwTpk7N8B
— AAP (@AamAadmiParty) January 15, 2025