୨୪ ଘଣ୍ଟିଆ ବିଜୁଳି ଚାହୁଁଥିଲେ ଆପକୁ ଭୋଟ ଦିଅନ୍ତୁ, ପାୱାର କଟ ଚାହୁଁଥିଲେ ବିଜେପି ଓ କଂଗ୍ରେସକୁ : କେଜ୍ରିୱାଲ
ମଧ୍ୟପ୍ରଦେଶରେ ଉଷ୍ମ ହେଉଛି ନିର୍ବାଚନୀ ରାଜନୀତି। ଆଜି ସତନାରେ ପ୍ରଚାର କରି ମଧ୍ୟ ପ୍ରଦେଶ ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ। କେଜ୍ରିୱାଲ କି ଗ୍ୟାରେଣ୍ଟି ନାଁରେ ପ୍ରକାଶ କରିଛନ୍ତି ପ୍ରତିଶ୍ରୁତି ପତ୍ର। ଆପ ସରକାର ଗଠନ କଲେ ୨୪ ଘଣ୍ଟିଆ ବିଜୁଳି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆପ୍ ମୁଖ୍ୟ କହିଛନ୍ତି କଂଗ୍ରେସ ଓ ବିଜେପିକୁ ୭୫ ବର୍ଷ ଧରି ଭୋଟ ଦେଇଛନ୍ତି ମଧ୍ୟପ୍ରଦେଶ ଜନତା।

ରାଜ୍ୟକୁ କେହି ବିଜୁଳି ଦେଇ ପାରି ନାହାନ୍ତି। ପାୱାର ସପ୍ଲାଏ ଚାହୁଁଥିଲେ ଆପକୁ ଭୋଟ ଦିଅନ୍ତୁ । ପାୱାର କଟ ଚାହୁଁଥିଲେ ବିଜେପି ଓ କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି କେଜ୍ରି କହିଛନ୍ତି। ଏଥିସହ ଆପ କ୍ଷମତାକୁ ଆସିଲେ ମଧ୍ୟପ୍ରଦେଶରେ ସ୍କୁଲ, କଲେଜ ଓ ହସ୍ପିଟାଲ ନିର୍ମାଣ କରିବେ ବୋଲି କହିଛନ୍ତି। ଗତକାଲି ଛତିଶଗଡ଼ରେ ପ୍ରଚାର କରି କଂଗ୍ରେସକୁ ଟାର୍ଗେଟ କରିଥିଲେ କେଜ୍ରିୱାଲ । ଆଜି ପୁଣି ମଧ୍ୟ ପ୍ରଦେଶରେ ବିଜେପି ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ତେଣୁ ୨୦୨୪ ନିର୍ବାଚନ ପାଇଁ ଗଠନ ହୋଇଥିବା ବିରୋଧୀ ମେଣ୍ଟ INDIAର ସ୍ଥାୟୀତ୍ବକୁ ନେଇ ପୁଣି ପ୍ରଶ୍ନ ଉଠିଛି। କାରଣ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ବିରୋଧୀ ମେଣ୍ଟର ସଦସ୍ୟ ଥିବା ବେଳେ କଂଗ୍ରେସକୁ ବାରମ୍ବାର ଟାର୍ଗେଟ କରୁଛନ୍ତି କେଜ୍ରିୱାଲ । ଅନ୍ୟପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ବାନଙ୍କ ନେତୃତ୍ବରେ ବଜେପି ପୁଣି ଜିତିବ ବୋଲି କହିଛି ଦଳ।