ଚାଲିଗଲା ଆର୍ଯ୍ୟନ୍, ୫୬ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ଜୀବନ
ରାଜସ୍ଥାନ : ୫୬ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ଆର୍ଯ୍ୟନ୍ । ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା । ଖାଲି ହୋଇଗଲା ମାଆ କୋଳ। ଉଦ୍ଧାର ପରେ ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଆର୍ଯ୍ୟନକୁ ମୃତ ଘୋଷଣା କରିଥିଲେ । ବୋରୱଲ ଭିତରେ ଆର୍ଯ୍ୟନର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ଡାକ୍ତର । ରାଜସ୍ଥାନ ଦୌସା ସ୍ଥିତ କାଲିଘଟ ଗାଁରେ ଘଟିଛି ଏଭଳି କିଛି ଘଟଣା ।
ସୂଚନା ଅନୁସାରେ ୯ ଡିସେମ୍ବର ମଧ୍ୟାହ୍ନରେ ୧୫୦ ଫୁଟର ଏକ ବୋରୱେଲରେ ଖସି ପଡ଼ିଥିଲା ୫ବର୍ଷର ବାଳକ । ତେବେ ଗତ ସୋମବାରଠୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍ ଚାଲିଥିଲା । ଜେସିବି ସାଙ୍ଗକୁ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ବୋରୱେଲରେ ପଡ଼ିବାର ଗୋଟେ ଘଣ୍ଟା ପରେ ଏନଡିଆରଏଫ ଓ SDRF ଟିମ ଦ୍ବାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୫୬ ଘଣ୍ଟା ଧରି ଚାଲିଥିଲା ଅପରେସନ୍ । ଶେଷରେ ରେସ୍କ୍ୟୁ ଟିମ୍ ଦ୍ବାରା ଉଦ୍ଧାର କରାଯାଇଥିଲା । ହେଲେ ସେତବେଳକୁ ଶେଷ ନିଶ୍ବାସ ତ୍ୟାଗ କରିସାରିଥିଲା ଆର୍ଯ୍ୟନ୍ ।