ଆଜି ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ୍‌ ଆବେଦନ ଶୁଣାଣି, ଆର୍ଥର ରୋଡ ଜେଲରେ ବିତାଇ ସାରିଲେଣି ୫ ଦିନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆଜି ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ୍‌ ଆବେଦନ ଶୁଣାଣି । ମୁମ୍ବାଇ ସେସନ୍ସ କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି କରିବେ । ଜବାବ ଦାଖଲ ପାଇଁ ଏନସିବି ଅଧିକ ସମୟ ମାଗିବାରୁ ଦୁଇ ଦିନ ଅଧିକ ସମୟ ଦେଇଥିଲେ କୋର୍ଟ । ଇତିମଧ୍ୟରେ ଆର୍ଥର ରୋଡ ଜେଲରେ ୫ ଦିନ ବିତାଇ ସାରିଲେଣି ଆର୍ଯ୍ୟନ ।

ପୁଅ ଚିନ୍ତାରେ ଶାହାରୁଖଙ୍କ ଆଖିରୁ ନିଦ ହଜିଯାଇଛି । ଆର୍ଯ୍ୟନଙ୍କ ଭବିଷ୍ୟତ ଚିନ୍ତାରେ ରାତି ସାରା ଶୋଇ ପାରୁ ନାହାନ୍ତି । ବେଲ ଆବେଦନ ପାଇଁ ନୂଆ ଓକିଲ ବାଛିଛନ୍ତି ଶାହାରୁଖ । ଆଜି ଆର୍ଯ୍ୟନଙ୍କ ଜାମିନ ପାଇଁ ଲଢିବେ ବରିଷ୍ଠ ଓକିଲ ଅମିତ ଦେଶାଇ । ୨୦୦୨ ହିଟ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କ ପାଇଁ ଲଢିଥିଲେ ଅମିତ ଦେଶାଇ । ଏହି ମାମଲାରେ ସଲମାନ ଦୋଷମୁକ୍ତ ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ତଥ୍ୟ ପ୍ରମାଣ ଏକାଠି କରିଛି ଏନସିବି । ଆଜି କୋର୍ଟରେ ଜବାବ ଦାଖଲ କରିବେ । ଅନ୍ୟ ଅଭିଯୁକ୍ତଙ୍କର ମଧ୍ୟ ଆଜି ଜାମିନ ଶୁଣାଣି ହେବ ।

ଏବେ ସୁଦ୍ଧା ଏହି ମାମଲାରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୦ ଜଣ ଗିରଫ ହୋଇଛନ୍ତି । ଆର୍ଯ୍ୟନ ଖାନ୍‌ ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ଅଛନ୍ତି । ଏହି ମାମଲାରେ ଅଭିଯୁକ୍ତଙ୍କୁ ପର୍ଯ୍ୟାୟ କ୍ରମେ ହେପାଜତରେ ନେଇ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି ଏନସିବି ।

ମିଳିଥିବା ସୂଚନା ମୁତାବକ, ଜଲରେ ରହିବା ଦିନରୁ ଆର୍ଯ୍ୟନଙ୍କ ଖାଇବାରେ ମନ ଲାଗୁନାହିଁ । କେବଳ କ୍ୟାଣ୍ଟିନରୁ ଖାଦ୍ୟ କିଣି ଖାଇବାକୁ ରହିଛି କୋର୍ଟଙ୍କ ଅନୁମତି ରହିଛି । ଜେଲ କ୍ୟାଣ୍ଟିନରୁ କିଣିଥିବା ବିସ୍କୁଟ ଖାଇ ରହିଛନ୍ତି । କ୍ୟାଣ୍ଟିନ ପାଣି ମଧ୍ୟ କିଣି ପିଉଛନ୍ତି । ଜେଲରେ ରହିବା ଠାରୁ ଗାଧୋଇ ନାହାନ୍ତି । ଝାଡା ମଧ୍ୟ ସଫା ହେଉନାହିଁ । ପେଟ ସସମ୍ୟା ଦେଖାଦେଇଛି । ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଜେଲ ତରଫରୁ ଗୋଟିଏ କମ୍ବଳ ମିଳିଛି । ଘରୁ ଦୁଇଟି ଚାଦର ଓ ପୋଷାକ ଆସିଛି । ଘରୁ ଆଣିଥିବା ସାମଗ୍ରୀକୁ ବ୍ୟବହାର କରୁଛନ୍ତି ଆର୍ଯ୍ୟନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.