ଦିଲ୍ଲୀ : ଏବେ ଭିତରୁ ବନ୍ଦ ହେବନି ସ୍ପା ସେଣ୍ଟର, ଗ୍ରାହକଙ୍କୁ ଦେଖାଇବାକୁ ହେବ ଆଇଡି ପ୍ରୁଫ୍‌

ନୂଆଦିଲ୍ଲୀ : ସରକାରଙ୍କ ନୂଆ ଆଦେଶ ଫଳରେ ଏବେ ଦିଲ୍ଲୀରେ ଥିବା ସ୍ପାଗୁଡ଼ିକ କାର୍ଯ୍ୟ କରୁଥିବାବେଳେ ଆଉ ଭିତରୁ ଲକ୍‌ ହେବନି । ସ୍ପା ଚାଲୁଥିବା ସମୟରେ କେବଳ ବିନା ଲକ୍‌ରେ ବନ୍ଦ ରହିବ । ଖାଲି ସେତିକି ନୁହେଁ ସ୍ପାରେ ସେହିମାନେ ମାଲିଶ କରିପାରିବେ ଯେଉଁମାନଙ୍କ ପାଖରେ ଫିଜିଓଥେରାପି, ଏକ୍ୟୁପ୍ରେସର କିମ୍ବା ଚିକିତ୍ସାର କିଛି ଡିଗ୍ରୀ ବା ଡିପ୍ଲୋମା ସାର୍ଟିଫିକେଟ ଥିବ ।

ମାତ୍ର ଆଉ ସ୍ପାରେ ମାଲିଶ କରିବାକୁ ଆଉ ତୃତୀୟ ଲିଙ୍ଗୀ ବା କିନ୍ନରମାନଙ୍କୁ ଅନୁମତି ମିଳିବ ନାହିଁ। ସ୍ପାରେ ମାଲିଶ କାର୍ଯ୍ୟ ଚାଲୁଥିବା ବେଳେ ଭିତରୁ ଦରବାଜା ଲକ୍‌ ରହିବ ନାହିଁ । ସ୍ପାକୁ ମାଲିଶ ପାଇଁ ଆସୁଥିବା ଗ୍ରାହକମାନେ ନିଜର ଆଇଡି କାର୍ଡ ସାଥିରେ ନେଇ ଆସିବାକୁ ପଡ଼ିବ ।

ବିନା ଆଇଡି କାର୍ଡରେ କୌଣସି ବ୍ୟକ୍ତିକୁ ସ୍ପା ସେଣ୍ଟରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏଥି ସହିତ ସ୍ପା ସେଣ୍ଟରରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଚେଞ୍ଜିଂ ରୁମ୍‌ ରହିବାର ବ୍ୟବସ୍ଥା ଥିବା ଦରକାର ବୋଲି ଦିଲ୍ଲୀ ନଗର ଉନ୍ନୟନ ନିଗମ ନିର୍ଦ୍ଦେଶ ଦେଇଛି ।

ଯଦି କୌଣସି ସ୍ପା ସେଣ୍ଟରରେ ବେଶ୍ୟା ବୃତ୍ତିର ମାମଲା ବା ଅନୈତିକ କାର୍ଯ୍ୟର ଖବର ଆସିଲା ସେଠାରେ ସିସିଟିଭି ଲଗାଇ ଦିଆଯିବାକୁ ମଧ୍ୟ ନର୍ଦ୍ଦେଶ ରହିଛି । ସ୍ପା ସେଣ୍ଟରରେ ଚାଲୁଥିବା ଅନୈତିକ କାର୍ଯ୍ୟ ପାଇଁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.