ଆସାମର ବନ୍ୟା ପରିସ୍ଥିତି ଗମ୍ଭୀର, ଡଙ୍ଗାରେ ବସି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଆସାମକୁ ବେହାଲ କରିଛି ଅଦିନିଆ ବନ୍ୟା । ପରିସ୍ଥିତି ଗମ୍ଭୀର ରହିଛି । ଡଙ୍ଗାରେ ବସି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। ଧିମାଜି ଜିଲ୍ଲା ବିଷ୍ଣୁପୁର ଅଞ୍ଚଳରେ ସ୍କୁଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀ ଡଙ୍ଗାରେ ପାର ହେଉଛନ୍ତି। ଡଙ୍ଗାରେ ବହିଖାତା ଧରି ସ୍କୁଲ ଯାଉଛନ୍ତି କୁନି କୁନି ପିଲା। ବିଷ୍ଣୁପୁର ଏଲପି ସ୍କୁଲରେ ପଢୁଛନ୍ତି ୨୯ ଛାତ୍ରଛାତ୍ରୀ।

ବନ୍ୟା ଯୋଗୁ ସେମାନଙ୍କୁ ସ୍କ୍‌ୁଲ ଯିବାକୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି। ଆସାମର ୨୭ ଜିଲ୍ଲାରେ ଜଳତାଣ୍ଡବ । ଭାସିଯାଇଛି ରାସ୍ତାଘାଟ। ୧୫ ଶହରୁ ଅଧିକ ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.