ଅସ୍ନିର ଗ୍ରୋଭରଙ୍କ ବାପାଙ୍କର ଦେହାନ୍ତ, ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟରେ ଲେଖିଲେ, ‘ବାଏ ପାପା…’

ଅସ୍ନିର ଗ୍ରୋଭରଙ୍କ ବାପାଙ୍କର ଦେହାନ୍ତ। ଫିନ୍‌ଟେକ ଫାର୍ମ ଭାରତ-ପେ (BharatPe) ର ସହ ପ୍ରତିଷ୍ଠାତା ତଥା ଲୋକପ୍ରିୟ ବିଜନେସ୍‌ ଶୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ୍ –୧ର ସବୁଠାରୁ ଚର୍ଚ୍ଚିତ ଜଜ୍‌ ରହିଥିବା ଅସ୍ନିରଙ୍କ ବାପା ଅଶୋକ ଗ୍ରୋଭରଙ୍କର ଦେହାନ୍ତ ହୋଇଛି।

ଅସ୍ନିର ଗ୍ରୋଭରଙ୍କ ବାପାଙ୍କର ଦେହାନ୍ତ। ଫିନ୍‌ଟେକ ଫାର୍ମ ଭାରତ-ପେ (BharatPe) ର ସହ ପ୍ରତିଷ୍ଠାତା ତଥା ଲୋକପ୍ରିୟ ବିଜନେସ୍‌ ଶୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ୍ –୧ର ସବୁଠାରୁ ଚର୍ଚ୍ଚିତ ଜଜ୍‌ ରହିଥିବା ଅସ୍ନିରଙ୍କ ବାପା ଅଶୋକ ଗ୍ରୋଭରଙ୍କର ଦେହାନ୍ତ ହୋଇଛି।

ଅସ୍ନିର ଗ୍ରୋଭର ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରି କହିଛନ୍ତି ଯେ ମାର୍ଚ୍ଚ ୨୮ ତାରିଖ ମଙ୍ଗଳବାର ତାଙ୍କ ବାପା ଅଶୋକ ଗ୍ରୋଭର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହା ସହିତ ଅସ୍ନିର ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ଲେଖିଛନ୍ତି।

ସେ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କରିଥିବା ଏକ ପୋଷ୍ଟରେ ନିଜ ବାପାଙ୍କର ଫଟୋ ସେୟାର କରି ଲେଖିଛନ୍ତି, ‘ବାଏ ପାପା, ଆପଣଙ୍କୁ ବହୁତ ଭଲ ପାଇବା। ସ୍ୱର୍ଗରେ ପାପାଜୀ, ବଡ଼ି ମମି, ନାନାଜୀ ଓ ନାନୀଜୀଙ୍କର ଯତ୍ନ ନେବ’। ନିଜ ପୋଷ୍ଟରେ ଅସ୍ନିର ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ‘ଅଶୋକ ଗ୍ରୋଭର (ପୁତ୍ର ନନ୍ଦଲାଲ ଗ୍ରୋଭର) ୦୪.୦୮.୧୯୫୩-୨୮.୦୩.୨୦୨୩’।

ashh
photo: aajtak

 

ଅସ୍ନିର ଗ୍ରୋଭରଙ୍କ ବାପା ଅଶୋକ ଗ୍ରୋଭର ଦିଲ୍ଲୀର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ଏବଂ ଦକ୍ଷିଣ ଦିଲ୍ଲୀର ପଞ୍ଚଶିଲ ପାର୍କରେ ସେ ନିଜ ପୁଅଙ୍କ ସହିତ ରହୁଥିଲେ। ଏହାପୂର୍ବରୁ ସେ ଏବଂ ତାଙ୍କ ପରିବାର ମାଲଭୀୟ ନଗରରେ ରହୁଥିଲେ। ଯଦିଓ ଅସ୍ନିରଙ୍କ ବାପାଙ୍କର ନିଧନ କିପରି ହେଲା, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅସ୍ନିରଙ୍କ ବ୍ୟତୀତ ସ୍ୱର୍ଗତ ଅଶୋକ ଗ୍ରୋଭରଙ୍କ ପରିବାରରେ ତାଙ୍କ ଝିଅ ଆଶିମା ଗ୍ରୋଭର ଓ ପତ୍ନୀ ଅଛନ୍ତି।

ନିକଟରେ ଅସ୍ନିର ଗ୍ରୋଭର ଦାବି କରିଥିଲେ ଯେ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭର ଦେଶର ସର୍ବାଧିକ ଟିକସ ଦେଉଥିବା ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ସୂଚନା ଅସ୍ନିର ନିଜର ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଦେଇଥିଲେ। ତାଙ୍କ ମୁତାବକ, ମାଧୁରୀ ୨.୮୪ କୋଟି ଟଙ୍କାର ଅଗ୍ରୀମ କର ଦେଇଛନ୍ତି। ସେ ପତ୍ନୀଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ‘ମାଧୁରୀ ଜୈନ ଗ୍ରୋଭର @ madsj30 ଦେଶର ସର୍ବାଧିକ ଟିକସ ଦେଉଥିବା ମହିଳାମାନଙ୍କ ମଧ୍ୟରୁ ଜଣେ। ସେ ଏହି ଆର୍ଥିକ ବର୍ଷରେ ୨.୮୪ କୋଟି ଟଙ୍କାର ଅଗ୍ରୀମ ଟ୍ୟାକ୍ସ ଭରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.