ମାଧୁରୀ ଜୈନ ସର୍ବାଧିକ କରଦାତା ମହିଳାଙ୍କ ମଧ୍ୟରୁ ଜଣେ; ଟ୍ଵିଟ୍‌ କରି ଏପରି ଖୁସି ବ୍ୟକ୍ତ କଲେ ସ୍ୱାମୀ ଅସ୍ନିର ଗ୍ରୋଭର

ଅସ୍ନିର ଗ୍ରୋଭର ଦାବି କରିଛନ୍ତି ଯେ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭର ଦେଶର ସର୍ବାଧିକ ଟିକସ ଦେଉଥିବା ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ। ଏ ନେଇ ସେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

BharatPeର ପୂର୍ବତନ ସିଇଓ ଅସ୍ନିର ଗ୍ରୋଭର ଦାବି କରିଛନ୍ତି ଯେ ତାଙ୍କ ପତ୍ନୀ ମାଧୁରୀ ଜୈନ ଗ୍ରୋଭର ଦେଶର ସର୍ବାଧିକ ଟିକସ ଦେଉଥିବା ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ସୂଚନା ଅସ୍ନିର ନିଜର ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ତାଙ୍କ ମୁତାବକ, ମାଧୁରୀ ୨.୮୪ କୋଟି ଟଙ୍କାର ଅଗ୍ରୀମ କର ଦେଇଛନ୍ତି।

ଅସ୍ନିର ଗ୍ରୋଭର ନିଜ ଟ୍ୱିଟର ଆକାଉଣ୍ଟରେ ପତ୍ନୀଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ମାଧୁରୀ ଜୈନ ଗ୍ରୋଭର @ madsj30 ଦେଶର ସର୍ବାଧିକ ଟିକସ ଦେଉଥିବା ମହିଳାମାନଙ୍କ ମଧ୍ୟରୁ ଜଣେ। ସେ ଏହି ଆର୍ଥିକ ବର୍ଷରେ ୨.୮୪ କୋଟି ଟଙ୍କାର ଅଗ୍ରୀମ ଟ୍ୟାକ୍ସ ଭରିଛନ୍ତି। ନିଜର ଷ୍ଟାର୍ଟ ଅପ୍ ନିବେଶ ସହିତ She is killing… ସମସ୍ତ ସଚ୍ଚୋଟ କରଦାତାମାନଙ୍କ ପାଇଁ ଖୁସି’।

ସେ ଲେଖିଛନ୍ତି, ‘ମୋ ପତ୍ନୀ ମାଧୁରୀ ଜୈନ ଗ୍ରୋଭର ୧.୧୫ କୋଟି ଟଙ୍କାର ଅଗ୍ରୀମ ଟ୍ୟାକ୍ସ ଜମା କରିଛନ୍ତି। ସେ ଦୀର୍ଘ ବର୍ଷ ଧରି ଭାରତର ସର୍ବୋଚ୍ଚ ବ୍ୟକ୍ତିଗତ ମହିଳା ଟିକସଦାତାମାନଙ୍କ ମଧ୍ୟରୁ ଜଣେ ରହି ଆସିଛନ୍ତି। ଆପଣ ଭାବୁଥିବେ ଯେ ଭାରତରେ କେତେ ଜଣ ଭିସି ପାର୍ଟନର୍ସ ଏତେ ଟିକସ ଦେଇଛନ୍ତି? ଅଳ୍ପ ବହୁତ ଲୋକ ଏଥିପାଇଁ ସିଙ୍ଗାପୁର କିମ୍ବା ଦୁବାଇରେ ରୁହନ୍ତି ଏବଂ ଶୂନ ଟ୍ୟାକ୍ସ ଭରଣା କରନ୍ତି’।

କହି ରଖୁଛୁ, ଗ୍ରୋଭର ନିକଟରେ ଉନ୍ମୋଚିତ ହୋଇଥିବା ନିଜର ପୁସ୍ତକ ‘ଦୋଗଲାପନ’ରେ ସ୍ୱାମୀ-ସ୍ତ୍ରୀ ଏକାଠି କାମ କରିବାର ଗୁରୁତ୍ୱ ବିଷୟରେ କହିଛନ୍ତି। ଗ୍ରୋଭର ଲୋକପ୍ରିୟ ବିଜନେସ୍‌ ରିଆଲିଟି ଶୋ’ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ ୧ର ଜଜ୍‌ ମଧ୍ୟ ରହିଥିଲେ।

Leave A Reply

Your email address will not be published.