ଚା’ର ନାଁ ‘ଜେଲେନସ୍କି’…ଜାଣନ୍ତୁ କାହିଁକି ଏମିତି ଚା’ ତିଆରି କଲେ ଆସାମ କାରିଗର

ଭାରତୀୟ ଲୋକଙ୍କୁ ଚା’ ବହୁତ ପସନ୍ଦ। ସବୁଦିନ ସକାଳୁ ଉଠି ଗୋଟିଏ କପ୍‌ ଚା’ ପିଇବା ପ୍ରତି ଭାରତୀୟଙ୍କ ଅଭ୍ୟାସ। ଏଠି ଲୋକେ ଚା’ର ଏତେ ଦିଓ୍ଵାନା ଯେ ଏହା ସହିତ କୌଣସି ବି ପ୍ରକାର ସାଲିସ୍‌ କରନ୍ତି ନାହିଁ। ଭାରତରେ ଚା’କୁ କେହି ମୁକାବିଲା କରି ପାରନ୍ତି ନାହିଁ। ନିକଟରେ ଆସାମରେ ଏକ ଚା’ କମ୍ପାନୀ ନିଜ ମଜଭୁତ ନୂଆ ମିଶ୍ରଣର ନାମ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନାମ ଅନୁସାରେ ରଖିଛି, ଯାହାକୁ ନେଇ ଲୋକେ ଖୁବ୍‌ ଉତ୍ସାହିତ ମଧ୍ୟ ଅଛନ୍ତି। ତେବେ କମ୍ପାନୀ ନୂଆ ପ୍ରଡକ୍ଟର ନାମ ଏମିତି କାହିଁକି ରଖିଛି, ଆସନ୍ତୁ ଜାଣିବା।

କମ୍ପାନୀ ଯୁକ୍ତି ବାଢ଼ିଛି ଯେ ଯେବେଠାରୁ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରିଛି, ସେବେଠାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅତ୍ୟଧିକ ସାହସ ଏବଂ ଶକ୍ତି ଦେଖାଇ ନିଜ କ୍ଷମତା ପ୍ରମାଣିତ କରିଛନ୍ତି। ତାଙ୍କ ବୀରତା ପାଇଁ ଏରୋମିକା ଟି କମ୍ପାନୀ ନିଜର ଲାଟେଷ୍ଟ କାଢ଼ା ‘ମଜଭୁତ ଆସାମ ବ୍ଲାକ୍‌ ଟି’କୁ ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛି। କମ୍ପାନୀର ରଞ୍ଜିତ୍‌ ବରୁଆ କହିଛନ୍ତି, କାରିଗରଙ୍କ ଦ୍ୱାରା ତିଆରି ହୋଇଥିବା ଜେଲେନସ୍କି ନାମକ ଏହି କଡ଼ା ଚା’ ଅର୍ଥୋଡକ୍ସ ଟି ଏବଂ ସିଟିସିର ମିଶ୍ରଣ। ଏଥିରେ ଲୋକଙ୍କୁ ଖାସ୍‌ ସ୍ୱାଦ ମିଳି ପାରିବ। ୟୁକ୍ରେନ ରାଷ୍ଟ୍ରପତି ଯେଭଳି ଭାବେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଛନ୍ତି, ତାହାକୁ ନଜରରେ ରଖି ଚା’ର ନାଁ ତାଙ୍କ ନାମ ଅନୁସାରେ ହିଁ ରଖିବାକୁ ଉପଯୁକ୍ତ ମନେ କରାଯାଇଛି।

ସେ ଆହୁରି କହିଥିଲେ କି, ବର୍ତ୍ତମାନ ସମୟରେ ବିଶ୍ୱରେ ତାଙ୍କଠାରୁ ଅଧିକ ମଜଭୁତ ଆଉ କେହି ନାହାନ୍ତି। ଏଥିପାଇଁ ଆମର ଏହି ନୂଆ ପ୍ରଡକ୍ଟ ଜେଲେନସ୍କିଙ୍କ ଭଳି ମଜଭୁତ। ବରୁଆ କହିଥିଲେ, ଏବେ ନୂଆ ଲଞ୍ଚ୍‌ ହୋଇଥିବା ଚା’ ଗୌହାଟୀସ୍ଥିତ କମ୍ପାନୀର େଓ୍ଵବ୍‌ସାଇଟରେ ଉପଲବ୍ଧ ହେବ। ଏହାକୁ ଆଗାମୀ ୧୦ରୁ ୧୫ ଦିନ ଭିତରେ ବିଭିନ୍ନ ଇ-କମର୍ସ ସାଇଟ୍‌ରୁ କିଣାଯାଇ ପାରିବ। ୨୦୦ ଗ୍ରାମ ପ୍ୟାକ୍‌ ପାଇଁ ଦାମ୍‌ ୯୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.