ଆସାମ ଗଣଦୁଷ୍କର୍ମ ମାମଲା: ସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁ ଅଭିଯୁକ୍ତର ମୃତ୍ୟୁ

ନୂଆଦିଲ୍ଲୀ : ଆସାମର ନଗାଓଁ ଜିଲ୍ଲାର ଧିଙ୍ଗ ଅଞ୍ଚଳ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତାପଜୁଲ ଇସଲାମର ମୃତ୍ୟୁ । କ୍ରାଇମ୍ ସିନ୍ ରିକ୍ରିଏଟ୍ ବେଳେ ଅଭିଯୁକ୍ତ ଫେରାର୍ ହେବାକୁ ଉଦ୍ୟମ କରି ପୋଖରୀରୁ ଡେଇଁପଡ଼ିଥିଲା । ଫଳରେ ପାଣିରେ ବୁଡ଼ି ତାର ମୃତ୍ୟୁ ହୋଇଥିବା ପୋଲିସ କହିଛି । ଆଜି ଭୋର୍ ପ୍ରାୟ ୪ଟାରେ ଏହି ଘଟଣା ଘଟିଛି। ପୋଲିସ ତାପଜୁଲ ଇସଲାମର ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁସାରେ ଆସାମ ଗଣଦୁଷ୍କର୍ମ ମାମଲାରେ ଧୀଙ୍ଗ ପୋଲିସ ମୁଖ୍ୟ ଅଭିଯୁକ୍ତ ତାପଜୁଲ ଇସ୍ ଲାମକୁ କ୍ରାଇମ୍ ସ୍ପଟକୁ ନେଇଥିଲେ । ଭୋର୍ ପ୍ରାୟ ୪ଟା ବେଳେ ଘଟଣାସ୍ଥଳରେ କ୍ରାଇମ ସିନ ରିକ୍ରିଏଟ୍ ହୋଇଥାନ୍ତା । ଏହି ସମୟରେ ଅଭିଯୁକ୍ତ ତାପଜୁଲ ଇସ୍ ଲାମ୍ ପୋଲିସ୍ ଗାଡ଼ିରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା । ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲା । ପୋଖରୀରେ ପ୍ରାୟ ୨ ଘଣ୍ଟା ଧରି ରେସକ୍ୟୁ ଅପରେସନ ପରେ ତାପଜୁଲ ଇସଲାମ୍ ମୃତଦେହ ଉଦ୍ଧାର କରିଛି ପୋଲିସ । ଧୀଙ୍ଗ ଦୁଷ୍କର୍ମ ମାମଲାରେ ପୋଲିସ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଗଣଦୁଷ୍କର୍ମରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତ ଭାବେ ସେ ଚିହ୍ନଟ ହୋଇଥିଲା । ଅନ୍ୟପକ୍ଷରେ ଏହି ସାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅପରାଧୀଙ୍କୁ ପୁଳିସ ଖୋଜାଖୋଜି ଜାରି ରଖିଛି । ଖୁବଶୀଘ୍ର ଉଭୟଙ୍କୁ ଗିରଫ କରାଯିବ ବୋଲି ନାଗାଓଁ ଏସ୍ପି କହିଛନ୍ତି।
ସୂଚନା ମୁତାବକ, ଅଗଷ୍ଟ ୨୨ ତାରିଖ ଗୁରୁବାର ସଂଧ୍ୟାରେ ପୀଡିତା ଛାତ୍ରୀ ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କ ସହ ଗୁଣଦୁଷ୍କର୍ମ ହୋଇଥିଲା । ସ୍ଥାନୀୟ ଲୋକ ନାବାଳିକାକୁ ରାସ୍ତା ପାର୍ଶ୍ବରେ ବେହୋସ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେପଟେ ଏହି ମାମଲା ସାମ୍ନାକୁ ଆସବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ରାସ୍ତାକୁ ଓହ୍ଲାଇ ଲୋକେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଛାତ୍ର ସଙ୍ଗଠନ ବନ୍ଦ ଡାକରା ଦେଇଥିବା ବେଳେ ଦୋକାନ ବଜାର ବନ୍ଦ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।