ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହୋଟେଲ, ରେଷ୍ଟୁରାଣ୍ଟ ସମେତ ସର୍ବସାଧାରଣ ସ୍ଥାନରେ ଗୋମାଂସ ବ୍ୟାନ୍
ଆସାମର ହିମନ୍ତ ବିଶ୍ୱ ଶର୍ମା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ଏବେ ପୂରା ରାଜ୍ୟରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ କ୍ୟାବିନେଟ୍ ରାଜ୍ୟର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ଗୋମାଂସ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛି ।
ସିଏମ୍ ବିଶ୍ୱ ଶର୍ମା କହିଛନ୍ତି, ଆସାମରେ ଗୋ ହତ୍ୟା ରୋକିବା ପାଇଁ ଆମେ ୩ ବର୍ଷ ପୂର୍ବରୁ ଆଇନ ଆଣିଥିଲୁ । ଏହି ଆଇନ ଦ୍ୱାରା ଆମକୁ ଗୋ ହତ୍ୟା ବିରୋଧରେ ଅନେକ ସଫଳତା ମିଳିଛି । ଏବେ ନିଷ୍ପତ୍ତି ନେଇଛୁ ଯେ ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ଗୋ ମାଂସ ପରସାଯିବ ନାହିଁ । ପୂର୍ବରୁ ଆମେ ନିଷ୍ପତ୍ତି ନେଇଥିଲୁ କି, ମନ୍ଦିରର ୫ କିମି ପରିସର ମଧ୍ୟରେ ଗୋମାଂସ ବିକ୍ରି ହେବ ନାହିଁ ।
ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଫଙ୍କସନ ଯେଉଁ ପ୍ରକାରେ ହୋଇଥାଉ, କୌଣସି ବି ପବ୍ଲିକ ପାର୍ଟିରେ ବିଫ୍ ଖିଆଯିବ ନାହିଁ କି ପରସାଯିବ ନାହିଁ । ଗୋମାଂସ ଖାଇବା ଏବଂ ବିକ୍ରି ଉପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ବିଫ୍ ଖାଇବା ଉପରେ ପ୍ରଚଳିତ ଆଇନରେ ସଂଶୋଧନ କରି ନୂଆ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
आज असम मंत्रिमंडल ने राज्य के होटलों, रेस्टोरेंट्स और सार्वजनिक स्थानों पर गोमांस पर प्रतिबंध लगाने का निर्णय लिया है।#AssamBeefBan pic.twitter.com/Nhda2uQ3Gt
— Himanta Biswa Sarma (@himantabiswa) December 4, 2024