ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଆକ୍ରମଣ, କାହାର ରହିଛି ହାତ? ଭିଡିଓ ଭାଇରଲ

ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ବିଶ୍ବରେ ହଇଚଇ ସୃଷ୍ଟି କରିଛି  । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।  ତାଙ୍କ ସହିତ ଜଡିତ ଥିବା ଲିମୋଜିନର ବିସ୍ଫୋରଣ ହୋଇଥିବା ଜଣାପଡିଛି । ମସ୍କୋ  ସ୍ଥିତ FSB ହେଡକ୍ବାଟର୍ସ ଆଗରେ ବିସ୍ଫୋରଣ ଘଟିଛି  । ବିସ୍ଫୋରଣରେ  ନିଆଁ ଲାଗି ଲିମୋଜିନ ଛାରଖାର ହୋଇଛି।  ତେବେ ବିସ୍ପୋରଣ ବେଳେ କାରରେ ପୁଟିନ ନ ଥିଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିସ୍ପୋରଣ ପଛରେ କାହାର ହାତ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତିନି ଦିନ ତଳେ ପୁଟିନଙ୍କୁ ହତ୍ୟା ଧମକ ଦେଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।  ତେଣୁ ଘଟଣା ପଛରେ ୟୁକ୍ରେନ ହାତ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଘଟଣା ସମ୍ପର୍କରେ ମସ୍କୋ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସୂଚନାନୁଯାୟୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମସ୍କୋର FSB ସ୍ଥିତ ହେଡକ୍ବାଟର୍ସ ଆଗରେ ଲିମୋଜିନ୍ ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣ ହେବା ମାତ୍ରେ ସ୍ଥାନୀୟ ଲୋକେ ସେହି ସ୍ଥାନରୁ ପଳାଇ ଯାଇଥିଲେ । ସେଠାରେ ପୁଟିନଙ୍କ କାର ଥିଲା । ଯାହାର ମୂଲ୍ୟ $୩୫୭,୦୦୦ ଆଉରସ୍ ସେନାଟ୍ ଥିଲା । କାରଟିରେ ଅଜଣା ଲୋକେ ରହିଥିଲେ କିନ୍ତୁ ଏହି ଅଗ୍ନିକାଣ୍ଡରେ କାହାର ଜୀବନହାନୀ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡିନାହିଁ ।

ଅନ୍ୟପଟେ ତିନି ଦିନ ତଳେ ପୁଟିନଙ୍କୁ ହତ୍ୟା ଧମକ ଦେଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ବର୍ତ୍ତମାନ ୟୁକ୍ରେନ୍ ସହିତ ରୁଷର ଯୁଦ୍ଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁଦ୍ଧ ସହ ପୁଟିନଙ୍କ ମୃତ୍ୟୁ ସୁନିଶ୍ଚିନ୍ତ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି ଜେଲେନସ୍କି ।

Also Read : ଛାରଖାର ମିଆଁମାର: ମୃତ୍ୟୁ ସଂଖ୍ୟା ୧୬୪୪କୁ ବୃଦ୍ଧି, ଧ୍ବଂସ ସ୍ତୁପ ତଳୁ ଚାଲିଛି ଜୀବନ ଖୋଜା