ବିହାର ନିର୍ବାଚନ : ୧୨୨ ଆସନରେ ଜେଡିୟୁ ଲଢ଼ିବ, ବିଜେପି ହାତରେ ୧୨୧ ଆସନ

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏ ବିଜେପି ଓ ଜେଡିୟୁ ମଧ୍ୟରେ ଆସନ ବୁଝାମଣା ନେଇ ଘୋଷଣା ହୋଇଛି । ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭା ଆସନ ପାଇଁ ଜେଡିୟୁ ୧୨୨ ଆସନରୁ ନିଜ ହାତରେ ୧୧୫ ଆସନ ରଖିଥିବା ବେଳେ ଜିତନରାମ୍ ମାଝିଙ୍କ ହିନ୍ଦୁସ୍ଥାନ ଆଓ୍ଵାମ ମୋର୍ଚ୍ଚା(ଏଚ୍ଏଏମ୍)କୁ ୭ଟି ଆସନ ଦେବ ।
ସେହିପରି ଏନ୍ଡିଏ ନେତୃତ୍ୱାଧୀନ ବିଜେପି ୧୨୧ଟି ଆସନରୁ ୯ ଟି ଆସନ ବିକାସଶୀଳ ଇନ୍ସାନ୍ ପାର୍ଟିକୁ ଛାଡିବ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ଘୋଷଣା କରିଛନ୍ତି । ଆସନ ବୁଝାମଣା ନେଇ ପୂର୍ବରୁ ବିଜେପିର କିଛି ବଡ଼ ନେତା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଆଲୋଚନା କରିଥିଲେ । ପ୍ରକାଶଯୋଗ୍ୟ ଯେବିହାରରେ ତିନି ପର୍ଯ୍ୟାୟରେ ହେବାକୁ ଥିବା ମତଦାନର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର୨୮ରେ ହେବ ।