ସର୍ଭିସ ରିଭଲଭର ଧରି ନାଚୁଥିଲେ ଜେଲର ଦୀପକ ଶର୍ମା, ଭିଡିଓ ଭାଇରଲ ପରେ ହେଲେ ସସପେଣ୍ଡ

ସର୍ଭିସ ରିଭଲଭର ଧରି ନାଚିଲେ ଆସିଷ୍ଟାଣ୍ଟ ଜେଲ ସୁପରିଟେଣ୍ଡେଣ୍ଟ ଦୀପକ ଶର୍ମା । ଭିଡିଓ ଭାଇରଲ ହେବା ପରେ ତାଙ୍କୁ ସସପେଣ୍ଡ କରାଯାଇଛି । ତିହାର ଡିଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି ।

ବଲିଉଡ ଗୀତ ନାୟକ ନେହିଁ ଖଳନାୟକର ତାଳେ ତଳେ ନାଚିବାରେ ମସଗୁଲ ଥିଲେ ପୋଲିସ ଅଧିକାରୀ । ନିଜ ପାଖରେ ଥିବା ସର୍ଭିସ ରିଭଲଭର ବି ବାହାର କରି ବୁଲାଇବାକୁ ଲାଗିଲେ । ଭିଡିଓ ଭାଇରଲ ହେବା ପରେ ଲୋକମାନେ ତାଙ୍କୁ ଟାର୍ଗେଟ କରିଥିଲେ । ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି ।

ଖବର ମୁତାବକ, ପୂର୍ବ ଦିଲ୍ଲୀର ରାଜନୈତିକ ନେତା ଦ୍ୱାରା ଆୟୋଜିତ ଏକ ପାର୍ଟିରେ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିଲେ । ଗୀତରେ ପୋଲିସ ବାବୁଜଣକ ଏତେ ମସଗୁଲ ହୋଇଯାଇଥିଲେ ଯେ ପାଖରେ ଥିବା ସର୍ଭିସ ରିଭଲଭର ବାହାର କରି ବୁଲାଇବାକୁ ଲାଗିଲେ । ତାଙ୍କ ସହିତ ଆଉ ଦୁଇଜଣ ଲୋକ ନାଚୁଥିବାର ଦେଖିବାକୁ ମିଳିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି କି, ଗୀତରେ ଦୀପକ ଶର୍ମା କିଛି ଲୋକଙ୍କ ସହିତ ଡ୍ୟାନ୍ସ କରୁଥିଲେ । ତା’ ପରେ ନିଜ ଅଣ୍ଟାରେ ଥିବା ପିସ୍ତଲକୁ ବାହାର କରି ଉପରେ ବୁଲାଇ ଜୋସ୍‌ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ପାର୍ଟିରେ ପବନରେ କିଛି ଫାୟାରିଂ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ତାଙ୍କ ଭିଡିଓ କରିଥିଲେ । ଆଉ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ ।

ଭିଡିଓ ଭାଇରଲ ହେବା ପରେ ଏପରି ଦାୟିତ୍ୱହୀନ ଆଚରଣ ପାଇଁ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଜର୍ସ ଦିଲ୍ଲୀ ପୋଲିସ ଓ ତିହାର ଜେଲ୍ ପ୍ରଶାସନ ନିକଟରେ ଦାବି କରିଥିଲେ । ତେବେ ଭିଡିଓ ଭାଇରଲ ହେବା ପରେ ତିହାର ଜେଲ୍ ଡିଜି ଦୀପକ ଶର୍ମାଙ୍କୁ ସସପେଣ୍ଡ କରିଛନ୍ତି ।

ସୂଚନାଯୋଗ୍ୟ, ଦୀପକ ଶର୍ମା ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରୟ । ତାଙ୍କର ଇନଷ୍ଟାଗ୍ରାମେର ୪.୪ ଲକ୍ଷ ଫଲୋୟର୍ସ ଅଛନ୍ତି । ତାଙ୍କ ଆକାଉଣ୍ଟରେ ଅପଲୋଡ ହୋଇଥିବା ଭିଡିଓରେ ଜିମରେ ଓ୍ଵାର୍କଆଉଟ କରୁଥିବାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.