ଦେଶ ବିଦେଶ

ଜୀବନ ନେଉଛି ‘କୋଭିସିଲ୍ଡ’ ଭ୍ୟାକ୍ସିନ୍ ! ଦେଖିବାକୁ ମିଳୁଛି ଭୟାନକ ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଳୀ: କୋଭିଡ୍ ଭ୍ୟାକ୍ସିନ୍ ନେଉଛି ଜୀବନ । କଣ ଶୁଣିକି ଚକିତ ହୋଇଗଲେ କି? କୋଭିଡ୍ ମହାମାରୀ ଯେତେବେଳେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଜୀବନ ନେଉଥିଲା ସେହି ସମୟରେ ଜୀବନ ବଞ୍ଚାଇବାର ଆଶା ଦେଖାଇଥିଲା କୋଭିଡ୍ ଭ୍ୟାକ୍ସିନ୍ ।

କିନ୍ତୁ ଏବେ ଯାହା ଶୁଣିବାକୁ ଏହି କୋଭିଡ୍ ଭ୍ୟାକ୍ସିନ୍ ସିନା କୋଭିଡ୍ କୁ ମୁକ୍ତି ଦେଇଦେଲା ହେଲେ ଏବେ ଏହାର ଭୟାନକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ଯାହା ପାଇଁ ଜୀବନ ବି ଚାଲିଯାଉଛି । ହଁ ଆଜ୍ଞା ଆଷ୍ଟ୍ରାଜେନେକା ଏକ ମହତ୍ୱପୂର୍ଣ୍ଣ ମୋଡରେ ପ୍ରଥମ ଥର ଅଦାଲତର ବସ୍ତାବିଜ୍ ରେ ସ୍ୱୀକାର କରିଛି ଯେ ତାର କୋଭିଡ୍ ୧୯ ଭ୍ୟାକ୍ସିନ୍ ଦ୍ୱାରା ଅନେକ ସାଇଡ୍ ଇଫେଟ୍ ବା ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।

ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ୍ ୧୯ ଭ୍ୟାକ୍ସିନ୍ ବୈଷିକ ସ୍ତରରେ କୋଭିସିଲ୍ଡ ଏବଂ ଭାକ୍ସଜେଭରିଆ ବ୍ରାଣ୍ଡ ନାରେ ବିକ୍ରି କରାଯାଇଥିଲା । ଅକ୍ସଫୋର୍ଡ ୟୁନିଭର୍ସଟି ସହଯୋଗରେ ବିକଶିତ ହୋଇଥିବା ଟିକା ଦ୍ୱାରା ଗୁରୁତର ଆହତ ତଥା ମୃତ୍ୟୁ ହୋଇଥିବା ନେଇ ହୋଇଥିବା ଅଭିଯୋଗରେ ଫାର୍ମାସ୍ଯୁଟିକାଲ୍ କମ୍ପାନୀକୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଛି ।

ଅନେକ ପରିବାର କୋର୍ଟରେ ଅଭିଯୋଗ କରିଥିଲେ କି ଆଷ୍ଟ୍ରାଜେନେକା ଭ୍ୟାକ୍ସିନ୍ ର ପାର୍ଶ୍ବ ପ୍ରତିକ୍ରୀୟା ଭୟଙ୍କର ପ୍ରଭାବ ପକାଇଛି । ଜାମି ସ୍କଟ୍ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୨୦୨୧ ଏପ୍ରିଲ୍ ମାସରେ ଅଭିଯୋଗ କରିଥିଲେ ଯେ, ସେ ଆଷ୍ଟ୍ରାଜେନିକ ଭ୍ୟାକ୍ସିନ୍ ନେବା ପରେ ତାଙ୍କର ମସ୍ତିସ୍କ ସ୍ଥାୟୀ ରୂପେ ଆଘାତ ପାଇଥିଲା । ଏହା ସହିତ ଅନ୍ୟ କେସ୍ ଗୁଡିକରେ ରକ୍ତ ଜମାଟ, ରକ୍ତରୁ ପ୍ଳେଟଲେଟ୍ କମିବା ଭଳି ଭୟଙ୍କର ପ୍ରଭାବ ପଡିଥିବା କଥା ସାମ୍ନାକୁ ଆସିଥିଲା ।

ବ୍ରିଟେନ୍ ହାଇକୋର୍ଟରେ ଦାଖଲ ହୋଇଥିବା ଆଇନଗତ ଦସ୍ତାବିଜ୍ ରେ ଆଷ୍ଟ୍ରାଜେନେକା ସ୍ବୀକାର କରିଛି ଯେ ଏହା ବିରଳ TTS ବା ଥ୍ରୋମ୍ବୋସାଟୋଫେନିଆ ସିନଡ୍ରମ୍ ର କାରଣ ହୋଇପାରେ । ବହୁଗୁଡିକ ଆଇନଗତ ବିବାଦ ପରେ ଯଦି କମ୍ପାନୀ ଏହି ମାମଲାରେ ହୋଇଥିବା ରୋଗ ଏବଂ ମୃତ୍ୟୁକୁ ମାନେ ତବେ କମ୍ପାନୀକୁ ବ୍ୟାପକ ଭାବେ କ୍ଷତିପୂରଣ ଦେବାକୁ ପଡିପାରେ । ସୁରକ୍ଷାକୁ ନଜରରେ ରଖି ଆଷ୍ଟ୍ରାଜେନିକ – ଅକ୍ସଫୋର୍ଡ ଭ୍ୟାକ୍ସିନ୍ ଏବେ ୟୁକେ ରେ ଦିଆଯାଉନାହିଁ ।

ମହାମାର ସହ ମୁକାବିଲା ପାଇଁ ନିପେକ୍ଷ ଅଧ୍ଯୟନ କରାଯାଇ ଏହାର ପ୍ରଭାବକୁ ଦର୍ଶାଯାଇଥିବାବେଳେ ବିରଳ ପାର୍ଶ୍ୱ ପ୍ରତିକ୍ରୀୟା ନିୟାମକ ଯାଞ୍ଚ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେହେତୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି, ତେଣୁ ପ୍ରଭାବିତ ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଚାହୁଁଛନ୍ତି ।

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

6 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

21 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

34 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

34 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago