ପୂର୍ବ ଜନ୍ମର କଥା କହି ମହିଳା ମାନଙ୍କୁ ଠକୁଥିଲେ ଜ୍ୟୋତିଷ, ୪୦ ଲକ୍ଷ ଲୁଟ ପରେ ପୋଲିସ ଦ୍ୱାରା ଗିରଫ

ଏବେବି ଅନ୍ଧ ବିଶ୍ୱାସରେ ଜଡିତ ଅଛନ୍ତି ମଣିଷ । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା । ଏହା ସହିତ ଜଣେ ଜ୍ୟୋତିଷର କାରନାମା ମଧ୍ୟ ସାମ୍ନାକୁ ଆସିଛି । ଗତକାଲି ଜଣେ ଜ୍ୟୋତିଷକୁ କିଛି ମହିଳା ଘେରି ମାଡ ମାରିବା ସହ ପୋଲିସର ଜିମା ଦେଇଛନ୍ତି । ଏପରି ଘଟଣା ଘଟଣା ଦେଖିବାକୁ ମିଳିଥିଲା ବେଙ୍ଗାଲୁରୁର ହନୁମନ୍ତ ନଗର ଠାରେ ।

ଆହୁରି ପଢନ୍ତୁ: ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କ ରାଗିଂ, କୁଳପତି କହିଲେ ତଦନ୍ତ ଚାଲିଛି

ସୂଚନା ଅନୁଯାୟୀ ଏହି ଜ୍ୟୋତିଷ ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ଭିକେ ଆଚର । ସେ ଦୀର୍ଘଦିନ ହେବ ଶ୍ରୀନିବାସ ନଗରରେ ରହି ଲୋକମାନଙ୍କର ଜାତକ ଦେଖୁଥିଲେ । ପ୍ରତିଦିନ ସେଠାରେ ମହିଳାମାନଙ୍କର ଭିଡ ଦେଖିବାକୁ ମିଳେ । ଜ୍ୟୋତିଷ ଜଣଙ୍କ ସତ୍ୟ କହୁଥିବା ସହ କାଳେ ସେ ପୁର୍ବ ଜନ୍ମର କଥା କହିପାରୁଥିବା ସୂଚନା ମିଳୁଥିଲା । ତେବେ ଜଣେ ମହିଳା ଘରର ଅସୁବିଧା ନେଇ ଏହି ଜ୍ୟୋତିଷ ଜଣଙ୍କ ନିକଟକୁ ଯାଇଥିଲେ । ଏହା ପୁର୍ବରୁ ଜଣେ ୨୫ ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଜର ବିବାହ ହୋଇପାରୁନଥିବା ନେଇ ମଧ୍ୟ ସେଠାକୁ ଯାଇଥିଲେ । ସମସ୍ୟାର ସମାଧାନ ପାଇଁ ଉଭୟ ବାରମ୍ବାର ଆସୁଥିଲେ । ଜ୍ୟୋତିଷ ଜଣଙ୍କ ଏହି ମହିଳା ଏବଂ ଉକ୍ତ ଯୁବକକୁ ସାଙ୍ଗରେ ଡାକି ତାଙ୍କ ହସ୍ତ ରେଖା ଦେଖିବା ସହ ଏକ ଅଜବ କଥା କହିଲେ । ସେ କହିଲେ ଯେ ସେମାନେ ଗତ ପୁର୍ବ ଜନ୍ମରେ ଦୁହେଁ ସ୍ୱାମୀ ସ୍ତ୍ରୀ ଥିବା ସହିତ ଗତ ତିନି ଜନ୍ମ ହେଲା ସେ ଦୁହେଁ ସ୍ୱାମୀ ସ୍ତ୍ରୀ ହୋଇଥିଲେ । ପୁର୍ବ ଜନ୍ମରେ ମହିଳା ଜଣଙ୍କ ଭାରତ ନାଟ୍ୟମରେ ଥିଲେ ତେବେ ତାଙ୍କ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ଫଳରେ ସେମାନେ ଅଲଗା ହୋଇଯାଇଥିଲେ । ମହିଳା ଜଣଙ୍କ ଏହି ଜନ୍ମରେ ଅନ୍ୟ ଜଣକୁ ବିବାହ କରିଛନ୍ତି ଯଦି ଦୁହେଁ ଏହି ଜନ୍ମରେ ପୁଣିଥରେ ବିବାହ କରିବେ ତେବେ ସେମାନେ ପୁର୍ବ ଜନ୍ମ ଭଳି ସୁଖ ଶାନ୍ତିରେ ଜୀବନ ବିତାଇବେ ।

ଆହୁରି ପଢନ୍ତୁ: ହିର ରାଁଝାଙ୍କ ସମାଧି କହେ ଶାଶ୍ୱତ ପ୍ରେମର ଅପୂର୍ବ କାହାଣୀ

ମହିଳା ଜଣଙ୍କ ବିବାହ କରିଥିବା ସହ ତାଙ୍କର ପିଲାଛୁଆ ସ୍ୱାମୀ ସମେତ ଶାଶୁ ଶଶୁର ସମସ୍ତେ ଅଛନ୍ତି ବୋଲି କହିଥିଲେ । ଏହାଶୁଣି ଜ୍ୟୋତିଷ ଜଣଙ୍କ ତାଙ୍କୁ ବହୁତ ବୁଝାସୁଝା କରିଥିଲେ । ଶେଷରେ ମହିଳା ତାଙ୍କ କଥାରେ ରାଜି ମଧ୍ୟ ହୋଇଯାଇଥିଲେ । ତେବେ ଏଥିପାଇଁ ଜ୍ୟୋତିଷ ଜଣଙ୍କ ମହିଳାଙ୍କୁ ତାର ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡିବା ସହ ତାର ପ୍ରାପ୍ୟ ଆଣିବାକୁ କହିଲା । ଏହି ସମସ୍ତ କଥା ମହିଳା ତାଙ୍କ ଘରେ କହିବା ପରେ ପରିବାର ଲୋକ ଏହାକୁ ବିରୋଦ୍ଧ କରିଥିଲେ । କାରଣ ମହିଳା ଜଣଙ୍କ ଠାରୁ ଜ୍ୟୋତିଷ ଏହି କାର୍ଯ୍ୟ କରାଇଦେବା ପାଇଁ ମୁଠା ଅଙ୍କରେ ଟଙ୍କା ଚାଁହୁଥିଲା । ଶେଷରେ ଏନେଇ ଥାନାର ଦ୍ୱାରସ୍ତ ହୋଇଥିଲେ ମହିଳା । ପରବର୍ତ୍ତି ସମୟରେ ଏହି ଜ୍ୟୋତିଶ ଜଣଙ୍କ ଏହିଭଳି ମିଛ କଥା କହି ବହୁତ ମହିଳା ମାନଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଏହିଭଳି କଥା କହି ସେ ମହିଳା ମାନଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ କିନ୍ତୁ ଏହି ସବୁ କଳା କାରନାମା ପଦାକୁ ଆସିଲା ପରେ ମହିଳା ମାନେ ମିଶି ଜ୍ୟୋତିଷଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଓ ଶେଷରେ ପୋଲିସର ଜିମା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.