ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଏମିତି ଭବିଷ୍ୟବାଣୀ କରି ଜ୍ୟୋତିଷ ହେଲେ ଭାଇରାଲ, କହିଲେ ବିଶ୍ୱଯୁଦ୍ଧର ଆରମ୍ଭ ଓ ଶେଷ ବିଷୟରେ

ଭବିଷ୍ୟ ବକ୍ତା ଓ ଜ୍ୟୋତିଷଙ୍କ ଭବିଷ୍ୟ ବାଣୀକୁ ନେଇ ସର୍ବଦା ଚର୍ଚ୍ଚା ଚାଲିଥାଏ । କେବେ କେବେ ଏମାନଙ୍କ ଭବିଷ୍ୟବାଣୀ ଏତେ ସତ ହୋଇଯାଏ ଯେ ସାରା ବିଶ୍ୱରେ ଏମାନେ ରାତା ରାତି ପ୍ରତିଷ୍ଠିତ ହୋଇଯାଇଥାନ୍ତି ।

ବଲଗେରିଆର ଅନ୍ଧ ଭବିଷ୍ୟ ବକ୍ତା ବାବା ଭାଙ୍ଗା ଏମାନଙ୍କ ମଧ୍ୟରୁ ଜଣେ । ଯାହାଙ୍କ ଭବିଷ୍ୟବାଣୀ ସତ ହୋଇଛି । ସେ ସାରା ବିଶ୍ୱରେ ବେଶ ପରିଚିତ ହୋଇଛନ୍ତି । ବାବା ଭାଙ୍ଗା ମଧ୍ୟ ୯/୧୧ ଆତଙ୍କବାଦୀ ଆକ୍ରମଣ, ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ନିଜ ମୃତ୍ୟୁ ବିଷୟରେ କହିଥିଲେ ଯାହା ସତ ହୋଇସାରିଛି ।

ସେହିପରି ଅନେକ ଭବିଷ୍ୟ ବକ୍ତାମାନେ ମଧ୍ୟ ବିଶ୍ୱର ବିଭିନ୍ନ ଘଟଣା ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି । ଏବେ ଆଉ ଜଣେ ଭବିଷ୍ୟ ବକ୍ତା ତାଙ୍କର ଭବିଷ୍ୟବାଣୀକୁ ନେଇ ଭାଇରାଲ ହେବାରେ ଲାଗିଛନ୍ତି ।

ଏହି ଭବିଷ୍ୟବକ୍ତା ହେଲେ କ୍ୟୁବାର ମୋହନି ବିଦେନ୍ତେ । ଆସନ୍ତା ବିଶ୍ୱଯୁଦ୍ଧ ସମ୍ପର୍କରେ ତାଙ୍କର ଭବିଷ୍ୟବାଣୀ ଏବେ ଭାଇରାଲ ହେବାରେ ଲାଗିଛି । ସେ ଭବିଷ୍ୟବାଣୀ କରିଛନ୍ତି ଯେ ଆଗାମୀ ବିଶ୍ୱଯୁଦ୍ଧ ୯ ବର୍ଷ ଯାଏ ଚାଲିବ । ଏଥିପାଇଁ ଗୋଟିଏ ଦେଶ ଦାୟୀ ହେବ ସେ ହେଉଛି ଚୀନ ।

ତାଙ୍କର ଏହି ଭବିଷ୍ୟବାଣୀ ହେଉଛି ତୃତୀୟ ବିଶ୍ୱଯୁଦ୍ଧକୁ ନେଇ । ସେ ‘ଥାର୍ଡ ଓ୍ଵାର୍ଲ୍ଡ ଓ୍ଵାର’ ନେଇ ଏପରି ଭବିଷ୍ୟବାଣୀ କରିଛନ୍ତି । ତାଙ୍କର ଏହି ଭବିଷ୍ୟବାଣୀ ଏବେ ସୋସିଆଲ ମିଡିଆ (ଟ୍ଵିଟର) ରେ ବେଶ ଭାଇରାଲ ହେବାରେ ଲାଗିଛି । ଏହା ସତ ହୋଇପାରେ ବା ନହୋଇପାରେ । ହେଲେ ବିଦେନ୍ତେ କହିଛନ୍ତି, ଋଷିଆ ଓ ୟୁକ୍ରେନ ଯୁଦ୍ଧରେ ଅଧିକରୁ ଅଧିକ ଦେଶଗୁଡିକର ମଧ୍ୟସ୍ଥତା ଯୁଦ୍ଧକୁ ଆହୁରୀ ଅଧିକ ତେଜିବ । ଯାହାକି କଣ୍ଟ୍ରୋଲ ବାହାରେ ହୋଇ ଯାଇପାରେ ।

ତାଙ୍କର ଏହି ଭବିଷ୍ୟବାଣୀର ସତ୍ୟତା ନାଟୋ ଦେଶଗୁଡ଼ିକର ୟୁକ୍ରେନ୍‌କୁ ସହାୟତାକୁ ମଧ୍ୟ ସୁଚାଉଛି । ଏହି ୪୪ ବର୍ଷିୟ ଭବିଷ୍ୟ ବକ୍ତା ବିଦେନ୍ତେ କହିଛନ୍ତି ଯେ ପୁତନୀ ଏହି ଯୁଦ୍ଧ ଭିତରକୁ ଅନେକ ଦେଶକୁ ପ୍ରବେଶ କରାଇବେ । ଏହି ସମସ୍ତ କ୍ଷମତା ପଛରେ ଜଣେ ବ୍ୟକ୍ତି ରହିବେ । ଆମେରିକା ସହ ସାଉଥ କୋରିଆର ଭାଗିଦାରୀ ଯୋଗୁ ଆମେରିକା ଭିଏତନାମ, ଉତ୍ତର କୋରିଆ, ଜାପାନ ସହ ରହିବାକୁ ଚାହିଁବ ବୋଲି ବିଦେନ୍ତେ କହିଛନ୍ତି ।

ବିଦେନ୍ତେ ଆଉ ଏକ କଠୋର ଭବିଷ୍ୟ ବାଣୀ କରିଛନ୍ତି ଯେ ଆମେରିକାକୁ ଯେ କୌଣସି ପ୍ରକାରେ ହରାଇବା ପାଇଁ ଚୀନ ସବୁ କିଛି କରିବାକୁ ଚାହିଁବ । ଯାହାକି ଏହା ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ବିଶ୍ୱକୁ ନେଇଯିବ ।

ଏମିତି ହୋଇପାରେ ଯେ ବୋମା ଓ ମିଜାଇଲ ଏପରି ଭାବେ ଚାଲିବ, ଯାହାର ବ୍ୟବହାର ଯୋଗୁ ସମସ୍ତ ମାନବ ଜାତି ଧ୍ୱଂସ ଆଡକୁ ଯାଇପାରେ ବୋଲି କ୍ୟୁବାର ଏହି ଭବିଷ୍ୟବକ୍ତା ମୋହନି ବିଦେନ୍ତେ ଭବିଷ୍ୟବାଣୀ କରିଛନ୍ତି ।

 

Leave A Reply

Your email address will not be published.