ମହାକାଶରେ ଫସିଲେ ସୁନିତା ! ଅନ୍ତରୀକ୍ଷରେ ଅଟକିଛି ମହକାଶଯାନ

ମହାକାଶରେ ଫସିଲେ ସୁନିତା ! ଅନ୍ତରୀକ୍ଷରେ ଅଟକିଛି ମହକାଶଯାନ। ଅଟକିଛନ୍ତି ମହାକାଶଚାରୀ । ସମସ୍ୟା ବଢ଼ିଛି ଦୁଇ ମହାକାଶଚାରୀଙ୍କର । ଜୁନ ୧୩ ତାରିଖରେ ପୃଥୀବିକୁ ଫେରିବାର ଥିଲା କିନ୍ତୁ ଏଯାଏଁ ଫେରିପାରିନି ମହାକାଶଯାନ। ସୁନିତାଙ୍କ ସହ ବଚ୍ ୱିଲମୋର ମଧ୍ୟ ଫସିଛନ୍ତି । ଉଭୟ ଜୁନ ୫ ତାରିଖରେ ଷ୍ଟାରିଲିନର ମହାକାଶଯାନରେ ମହାକାଶ ଝାତ୍ରା କରିଥିଲେ । ଏମାନେ କେବେ ଫେରିବେ ସେନେଇ ନିର୍ଦିଶ୍ଟ ଉତ୍ତର ନାହିଁ। ହେଲିମ ଲିକକୁ ଦାୟି କରିଛି ନାସା। କିନ୍ତୁ ପରବର୍ତ୍ତୀ ପଦକ୍ଷେପ କଣ ହେବ ସେନେଇ ନିର୍ଦ୍ଦିଷ୍ଟ ସୂଚନା ଦେଇନି ନାସା।
ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ମହାକାଶକୁ ଯାତ୍ରା କଲେ। ଆଟଲାସ -୫ ରକେଟ ଦ୍ବାରା ସେ ମହାକାଶକୁ ଯାତ୍ରା କରିଛନ୍ତି। ପ୍ରଥମ ଦୁଇଟି ପ୍ରୟାସରେ ବିଫଳତା ପରେ ତୃତୀୟ ଥର ପାଇଁ ଯାତ୍ରା କରିଛି ଷ୍ଟାରଲାଇନର। ୫୮ ବର୍ଷ ବୟସ୍କା ସୁନିତା ପୂର୍ବରୁ ୨୦୦୬-୦୭ ଏବଂ ୨୦୧୨ରେ ମହାକାଶ ଯାତ୍ରା କରିଥିଲେ । ଏହା ସହିତ ମହାକାଶରେ ବିଚରଣ କରିବାରେ ରେକର୍ଡ଼ ମଧ୍ୟ କରିଥିଲେ ।
ଆମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ ସ୍ପେଶ ଫୋର୍ସ ଷ୍ଟେସନରୁ ଏହି ସ୍ପେସ ଫ୍ଲାଇଟ୍ ଯାତ୍ରା କରିଛି। ଗତ ଶନିବାର ବୋଇଂ ଷ୍ଟାରଲାଇନର ମହାକାଶକୁ ଯାତ୍ରା କରିଥାନ୍ତା। ତେବେ କାଉଣ୍ଟଡାଉନ ପାଇଁ ଚାରି ମିନିଟ ବାକିଥିବା ବେଳେ କଂପ୍ୟୁଟର ବିଫଳତା ଯୋଗୁଁ ଷ୍ଟାର ଲାଇନର ଯାତ୍ରା ସ୍ଥଗିତ ରହିଥିଲା। ଏହି ତ୍ରୁଟି ସୁଧାରି ନିଆଯିବା ପରେ ପୁଣି ଯାତ୍ରା କରିଥିଲା ବୋଇଂ ଷ୍ଟାରଲାଇନର।