ବାଂଲାଦେଶରେ ବଡ଼ ନୈାକା ଦୁର୍ଘଟଣା, ୩୨ ଜଣଙ୍କ ମୃତ୍ୟୁ

ଢ଼ାକା : ବାଂଲାଦେଶରେ ସୋମବାର ଏକ ନୈାକା ଦୁର୍ଘଟଣାରେ ଅତି କମରେ ୩୨ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି । ଏବେ ଆହୁରି କିଛି ଲୋକଙ୍କ ପତ୍ତା ମିଳି ନାହିଁ ବୋଲି ଜଣାପଡିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାନୁଯାୟୀ ବୁଢ଼ି ଗଙ୍ଗା ନଦୀରେ ଗୋଟିଏ ଡଙ୍ଗା ସହ ଅନ୍ୟ ଏକ ଡଙ୍ଗା ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥବା ଜଣାଯାଇଛି । ଉକ୍ତ ଡଙ୍ଗାରେ ୧୦୦ ଲୋକ ଯାତ୍ରା କରୁଥିଲେ । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ୩ ଶିଶୁ ଥିବା ଜଣାଯାଇଛି ।

ଦୁର୍ଘଟଣା ସକାଳ ୯ଟା ୩୦ ପାଖାପାଖି ସମୟରେ ହୋଇଥିଲା । କିଛି ଲୋକ ପହଁରି କୂଳକୁ ପଳାଇ ଆସିଥିବା ବେଳେ ଆଉ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏପର୍ଯ୍ୟନ୍ତ କେତେ ଲୋକ ପାଣିରେ ବୁଡିଛନ୍ତି ସେ ସମ୍ପର୍କରେ ସଠିକ ତଥ୍ୟ ମିଳିନାହିଁ ବୋଲି ଫାୟାର ସର୍ଭିସ୍‌ କଣ୍ଟ୍ରୋଲରୁମ୍‌ ଅଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.