ଗ୍ରୀସରେ ଭୟଙ୍କର ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଲା

ଗ୍ରୀସରେ ଭୟଙ୍କର ରେଳ ଦୁର୍ଘଟଣା। ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି । ଅନେକ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗ୍ରୀସର ଟେମ୍ପିରେ ଘଟିଛି ଛାତିଥର ଦୁର୍ଘଟଣା । ୩୫୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏକ ମାଲବାହୀ ଟ୍ରେନ ସହ ସାମ୍ନାସାମ୍ନି ଧକ୍କା ଲାଗିଥିଲା।

ଗ୍ରୀସରେ ଭୟଙ୍କର ରେଳ ଦୁର୍ଘଟଣା। ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି । ଅନେକ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗ୍ରୀସର ଟେମ୍ପିରେ ଘଟିଛି ଛାତିଥର ଦୁର୍ଘଟଣା । ୩୫୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏକ ମାଲବାହୀ ଟ୍ରେନ ସହ ସାମ୍ନାସାମ୍ନି ଧକ୍କା ଲାଗିଥିଲା।

ଦୁର୍ଘଟଣା ପରେ ଜଳି ଯାଇଥିଲା ଯାତ୍ରୀବାହୀ ଟ୍ରେନ । ଡବା ଗୁଡ଼ିକ ଛିନଛତ୍ର ହୋଇଯାଇଥିଲା। ରାତିର ଅନ୍ଧାର ଭିତରେ ହୁହୁ ହୋଇ ନିଆଁ ଜଳିଥିଲା। ଆତଙ୍କର ବାତାବରଣ ଖେଳି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଦ୍ଧାର କାର୍ଯ୍ୟ ମଧ୍ୟ କଷ୍ଟକର ହୋଇପଡ଼ିଥିଲା।

ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଲାଣି । ଅନେକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଗ୍ରୀକ୍‌ ପରିବହନ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଗ୍ରୀସର ରେଳ ବ୍ୟବସ୍ଥା ଏକବିଂଶ ଶତାବ୍ଦୀର ମାନକ ନୁହେଁ ବୋଲି ସେ କହିଛନ୍ତି । ସେହିପରି ଷ୍ଟେସନ ମ୍ୟାନେଜରଙ୍କୁ ଗରିଫ କରାଯାଇଛି। ତାଙ୍କ ଅବହେଳାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାର ଅନୁଧ୍ୟାନ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.