କୋଭିଡ୍ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ, ୪୪ ମୃତ ୬୭ ଆହତ

ଇରାକର ନାସିରିଆରେ ଏକ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ। କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ୍ ବିସ୍ଫୋରଣ ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମି ଜରୁରୀକାଳିନ ବୈଠକ ଡାକି ନାସିରିଆର ସ୍ଵାସ୍ଥ୍ୟ ଏବଂ ନାଗରିକ ସୁରକ୍ଷା ଅଧିକାରୀଙ୍କୁ ନିଲମ୍ବିତ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନାସିରିଆ ସ୍ଵାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ବହୁ ଲୋକ ନିଆଁରେ ଜଳି ଯାଇଥିବା ବେଳେ କିଛି ଲୋକଙ୍କର ଧୂଆଁ କାରଣରୁ ମୃତ୍ୟୁ ହୋଇଛି। ପ୍ରବଳ ମାତ୍ରାରେ ଧୂଆଁ ହୋଇଯିବା କାରଣରୁ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇ ପଡିଥିଲା। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ପରେ ଯାଇ ଉଦ୍ଧାର କାର୍ଯ୍ୟ ହୋଇପାରିଥିଲା।

fire

ସୂଚନାଯୋଗ୍ୟ ତିନି ମାସରେ ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଟିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ମୁସ୍ତଫା। ଏହା ପୂର୍ବରୁ ଏପ୍ରିଲରେ ବାଗଦାଦି ସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୂଚନାଯୋଗ୍ୟ, ଇରାକରେ କୋଭିଡ ସଂକ୍ରମିତ ସଂଖ୍ୟା ୧୪ ଲକ୍ଷ ଛୁଇଁଥିବା ବେଳେ ୧୭ ହଜାର ମୃତ୍ୟୁ ସଂଖ୍ୟା ଛୁଇଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.