ଫିଲିପାଇନ୍ସର ଏକ ବସ୍ତିରେ ଲାଗିଲା ନିଆଁ, ୭ ମୃତ, ୬୦ ପରିବାର ଗୃହଶୂନ୍ୟ
ଫିଲିପାଇନ୍ସର ଏକ ବସ୍ତିରେ ନିଆଁ ଲାଗିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଲୋକ ଗୃହଶୂନ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୨ ବର୍ଷର ଝିଅ ଓ ୧୨ ବର୍ଷର ପୁଅ ଥିବା ଜଣ ଯାଇଛି ।
ମାନିଲା : ଫିଲିପାଇନ୍ସର ଏକ ବସ୍ତିରେ ନିଆଁ ଲାଗିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଲୋକ ଗୃହଶୂନ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୨ ବର୍ଷର ଝିଅ ଓ ୧୨ ବର୍ଷର ପୁଅ
ଥିବା ଜଣ ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଫିଲିପାଇନ୍ସର ରିଜାଲ ଅଂଚଳର ଏକ ବସ୍ତିରେ ରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଯାଇଥିଲା ।
ଚାହୁଁ ଚାହୁଁ ନିଆଁ ଦ୍ରୁତ ଗତିରେ ପାଖ ଘରଗୁଡିକୁ ମାଡି ଯାଇଥିଲା । ନିଆଁକୁ ଆୟତ୍ତ କରାଯିବା ବେଳକୁ ପ୍ରାୟ ୪୦ ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ଜଣେ ୨ ବର୍ଷର ଝିଅ ଓ ୧୨ ବର୍ଷର ପୁଅଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।
ନିଆଁର ବେଗ ଏତେ ଜୋର ଥିଲା ଯେ ଏହାକୁ ଆୟତ୍ତ କରିବାକୁ ପ୍ରାୟ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁ ୬୦ ରୁ ଅଧିକ ପରିବାର ଗୃହଶୂନ୍ୟ ହୋଇଥିବା ଜଣାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ତଦନ୍ତ ଜାରି ରହିଛି ।